ଗେବ୍ରିୟାଲ ପ୍ରଭାବ: ନ୍ୟୁଜିଲାଣ୍ଡରେ ଏମର୍ଜେନ୍ସି

Spread the love

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ଗେବ୍ରିୟାଲ ନ୍ୟୁଜିଲାଣ୍ଡରେ ତାର ପ୍ରଭାବ ଦେଖାଇବା ଆରମ୍ଭ କଲାଣି। ଯେଉଁଥି  ପାଇଁ ନ୍ୟୁଜିଲାଣ୍ଡରେ ଜାତୀୟ ଆପତ୍ତା ଘୋଷଣା କରାଯାଇଛି। ଏହା ନ୍ୟୁଜିଲାଣ୍ଡ ଇତିହାସରେ ତୃତୀୟ ଥର ଯେତେବେଳେ କୌଣସି ସାଇକ୍ଲୋନ ପାଇଁ ଇମର୍ଜେନ୍ସି ଘୋଷଣା କରାଯାଇଛି।

ବାତ୍ୟା କାରଣରୁ ପ୍ରବଳ ବର୍ଷା ସାଙ୍ଗକୁ ଗତ ୨୪ ଘଣ୍ଟାରେ ଆଙ୍କଲ୍ୟାଣ୍ଡରେ ୪ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି। ସମୁଦ୍ରର ଜଳସ୍ତର ବୃଦ୍ଧି ପାଇଛି। ସମୁଦ୍ରରେ ଉଠିଛି ଉଚ୍ଚ ଜୁଆର। ଭାରି ବର୍ଷା ଓ ପବନ ପାଇଁ ହଜାର ହଜାର ଘରର ଅନ୍ଧାରରେ। ଦେଶର ଉତ୍ତରାଞ୍ଚଳରେ ପବନ ୨୫୦ କିଲୋମିଟର ବେଗରେ ବହିଥିଲା। ଆଙ୍କଲେଣ୍ଡ ସହରରେ ପବନର ବେଗ ୧୧୦ କିମି ଘଣ୍ଟାପ୍ରତି ଥିଲା। ଏହି ସାଇକ୍ଲୋନ ପାଇଁ ଉତ୍ତରାଞ୍ଚଳର ପ୍ରାୟ ୪୬ ହଜାର ଘରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ଆପତ୍ତ ପରିଚାଳନା ମନ୍ତ୍ରୀ କିରନ ମେକଅନଲ୍ଟି କହିଛନ୍ତି କି, ଏହା ଏକ ଅଦ୍ଭୂତ ଘଟଣା, ଯେଉଁଥିରେ ଉତ୍ତର ଦ୍ବୀପର ଅଧିକାଂଶ କ୍ଷେତ୍ର ପ୍ରଭାବିତ ହୋଇଛି।

ସେଠାକାର ପାଣିପାଗ ବିଭାଗ ସୂଚନା ଦେଇଛି କି, ବାତ୍ୟା ଗେବ୍ରିୟଲ ଏବେ ଖାଲି ଦ୍ବାର ବାଡେଇଛି। ଏତିକିରେ ବିଦ୍ୟୁତ୍ ସଂଯୋଗ ଠପ, ଯାତାୟତ ପ୍ରଭାବିତ ହୋଇଥିବା ବେଳେ ଉପୁଡି ପଡିଲାଣି ଗଛ । ତେଣୁ ଆଗାମୀ ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଚେତାଇ ଦେଇଛି ବିଭାଗ। ଏଥିସହ ଗେବ୍ରିୟାଲ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି। ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାର ପ୍ରଭାବକୁ ଦେଖି ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ ୬୦କୋଟି ୩୭ଲକ୍ଷ ୮୩ ହଜାର ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏଥିସହ କୋଷ୍ଟ ଲାଇନ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅପିଲ କରିଛନ୍ତି।

ଏହା ପୂର୍ବରୁ ୩୦ଜାନୁଆରୀ ୨୦୨୩ରେ ନ୍ୟୁଜିଲ୍ୟାଣ୍ଡରେ ପ୍ରବଳ ବର୍ଷା ହୋଇଥିଲା ଓ ଏହାର ପ୍ରଭାବରେ ସେଠାରେ ଆସିଥିଲା ବନ୍ୟା। ଏବେ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ବଢାଇଦେଇଛି ଚିନ୍ତା।  ଆଙ୍କଲ୍ୟାଣ୍ଡରେ ୪ ଜଣଙ୍କ ମୃତ୍ୟୁର କାରଣ ହୋଇଛି ଗେବ୍ରିୟାଲ। ସେପଟେ ନ୍ୟୁଜିଲ୍ୟାଣ୍ଡ ଫାୟାର ଆଣ୍ଡ ଏମର୍ଜେନ୍ସି ସର୍ଭିସେସ କହିଛନ୍ତି କି, ୱେଷ୍ଟ ଆଙ୍କଲ୍ୟାଣ୍ଡରେ ଏକ ଘର ଭୁଶୁଡିବାରୁ ଜଣେ ଫାୟାର ଫାଇଟର ନିଖୋଜ ହୋଇଛି ଓ ଅନ୍ୟ ଜଣଙ୍କର ସ୍ଥିତି ଗମ୍ଭୀର ହୋଇଯାଇଛି। ଅଗ୍ନିଶମ ସେବାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କେରୀ ଗ୍ରେଗରୀ କହିଛନ୍ତି କି, ପୁରା ଉତ୍ତର ଦ୍ବୀପ ପାଇଁ ସୋମବାରର ରାତି ଥିଲା ଏକ ଜଟିଳ ରାତି। ମୁଖ୍ୟତଃ ଅଗ୍ନିଶମ ଓ ଜରୁରୀ ସେବା ପାଇଁ ଥିଲା ଚ୍ୟାଲେଞ୍ଜ।

ଏହି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ନ୍ୟୁଜିଲ୍ୟାଣ୍ଡ ସରକାର ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଗେବ୍ରିଆଲକୁ ଦୃଷ୍ଟିରେ ରଖି ସୋମବାର ଦିନ ବାତିଲ କରିଦିଆଯାଇଛି ପ୍ରାୟ ୬୦୦ରୁ ଅଧିକ ବିମାନ ଉଡାଣକୁ ।  ଏସମ୍ପର୍କରେ ଦେଶର ଆପତ୍ତକାଳୀନ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆମେ ଆଜି ଆହୁରି ଅଧିକ ବର୍ଷା ହେବା ସହ ପବନର ବେଗ ଆହୁରି ବଢିବାର ଆଶଙ୍କା କରାଯାଇଛି। ସେ ଆହୁରି କହିଛନ୍ତି କି, ରବିବାରଠାରୁ ଆମେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନେଇ ପଦକ୍ଷେପ ନେଇ ଆସିଛୁ। ତଥାପି ମଙ୍ଗଳବାର ରାଷ୍ଟ୍ରୀୟ ଆପତ୍ତକାଳ ଘୋଷଣା ହୋଇଛି। ମତେ ଲାଗୁଛି କି, ଆମ ବ୍ୟବସ୍ଥାଗୁଡିକର ମାନଦଣ୍ଡ ପୂରା ହୋଇଛି ଓ ଏକ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତିରେ ସହାୟକ ହେବ।  

Leave a Reply

Your email address will not be published. Required fields are marked *