ଗାଁକୁ ଯିବାପାଇଁ ନାହିଁ ରାସ୍ତା,,,ଘରେ ଘରେ ରହିଛି ଡଙ୍ଗା

Spread the love

ଦୁନିଆରେ ଆଜି ବି ଏମିତି ସ୍ଥାନ ଅଛି, ଯେଉଁଠି ଯିବା ଆସିବା ପାଇଁ ରାସ୍ତାଟିଏ ନାହିଁ। ଏହାର ଅର୍ଥ ନୁହେଁ କି, ସେଠାର ସରକାର ରାସ୍ତା ନିର୍ମାଣ କରି ନାହାନ୍ତି। ଜଳପଥ ସେଠାରେ ଯାତାୟାତର ଏକମାତ୍ର ମାଧ୍ୟମ।ତେଣୁ ଲୋକଙ୍କୁ କାର କିମ୍ୱା ବାଇକ କିଣିବାର ଦରକାର ପଡିନଥାଏ। ଲୋକେ ନିଜ ସଞ୍ଚୟରୁ ଡଙ୍ଗା କିଣିଥାନ୍ତି। ସେମିତି ଏକ ସ୍ଥାନ ବିଷୟରେ ଆସନ୍ତୁ ଜାଣିବା।ଏଭଳି ଅନେକ ଜାଗା ଅଛି ଯାହା ସେମାନଙ୍କ ବିଶେଷତା ପାଇଁ ପ୍ରସିଦ୍ଧି ଲାଭ କରିଛି। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପର୍ଯ୍ୟଟନସ୍ଥଳୀ, ଆଉ କେଉଁଠି ମନ୍ଦିର ପାଇଁ। ଆଜି ଏମିତି ଏକ ସ୍ଥାନ ସମ୍ପର୍କରେ ଜାଣିବା ଯେଉଁଠି ବିନା ରାସ୍ତାରେ ଲୋକମାନେ ବସବାସ କରୁଛନ୍ତି। କୌଣସି ଯାନବାହାନ କିଣିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ଡଙ୍ଗା ଏମାନଙ୍କ ଯାତାୟାତର ଏକମାତ୍ର ମାଧ୍ୟମ।ନେଦରଲ୍ୟାଣ୍ଡର ଗିର୍ଥନ ଏକ ଛୋଟ ଗାଁ ।

ଗାଁଟି ଏତେ ସୁନ୍ଦର ଯେ, ଥରେ ନୁହେଁ ବାରମ୍ୱାର ସେଠାକୁ ଯିବାକୁ ଇଛା ହେବ। ଗାଁଟିର ବୈଶିଷ୍ଟ୍ୟ ଏହାକୁ ବିଶ୍ବରେ ପ୍ରସିଦ୍ଧି ଆଣିଦେଇଛି। ଏହି ଗାଁରେ ରାସ୍ତା ନାହିଁ। ତେଣୁ ଏହାକୁ ନେଦରଲ୍ୟାଣ୍ଡର ଭେନସ ମଧ୍ୟ କୁହାଯାଏ। କେବଳ ଡଙ୍ଗାରେ ଯିବାଆସିବା କରିଥାନ୍ତି ଲୋକେ। ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ଆକଷର୍ଣୀୟ। ଏହାକୁ ଦେଖିବାକୁ ଦେଶ ବିଦେଶରୁ ବହୁ ଲୋକଙ୍କ ସୁଅ ଛୁଟିଥାଏ। ଏହି ଗାଁରେ ଗାଡିମୋଟର ଚାଲୁନଥିବାରୁ ପରିବେଶ ପ୍ରଦୂଷଣର ଆଶଙ୍କା ନ ଥାଏ। ଏଠାକାର ଜନସଂଖ୍ୟା ୩ହଜାର ହୋଇଥିବା ବେଳେ ପ୍ରତ୍ୟେକ ପରିବାରର ନିଜସ୍ୱ ଡଙ୍ଗା ରହିଛି। ଶୀତଦିନରେ ଏହି ସ୍ଥାନରେ ବରଫ ଜମା ହୋଇଥାଏ। ଯେଉଁଥିପାଇଁ ଲୋକମାନେ ବରଫ ସ୍କେଟିଂକୁ ଉପଭୋଗ କରିଥାନ୍ତି। ବର୍ଷର ବିଭିନ୍ନ ସମୟରେ ଏଠାକୁ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *