ମସ୍କୋ ସପିଂ ମଲରେ ଅଗ୍ନିକାଣ୍ଡ: ଭିଡିଓ ଭାଇରାଲ

ମସ୍କୋ:  ଋଷର ରାଜଧାନୀ ମସ୍କୋ ଅନ୍ତର୍ଗତ କସ୍ବାଇ ଅଞ୍ଚଳରେ ଥିବା ଏକ ସପିଂ ମଲରେ ଅଗ୍ନିକାଣ୍ଡ। ୭ହଜାର ସ୍କୋୟାର ମିଟର ପରିବ୍ୟାପ୍ତ ଏହି ମଲରେ ଭୟଙ୍କର ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ସୁଉଚ୍ଚ ଅଟ୍ଟାଳିକାରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ଲୋକେ ବାହାରକୁ ବାହାରିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି।

ମସ୍କୋର କସ୍ବାଇ ଅଞ୍ଚଳରେ ଥିବା ଏକ ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ନେଇ ଋଷ ଆପତ୍ତା ସେବା ମନ୍ତ୍ରୀଣାଳୟ ପକ୍ଷରୁ ଟେଲିଗ୍ରାମ ଯୋଗେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ ଅଛି କି, ମସ୍କୋର ଅଗ୍ନିଶମବାହିନୀ ୭୦୦୦ ସ୍କୋୟାର ମିଟରର ଏକ ଅଞ୍ଚଳରେ ନିଆଁ ଲିଭାଇବାରେ ନିୟୋଜିତ ହୋଇ। ଏହି ନିଆଁ ଉତ୍ତର ସବଅର୍ବ ଅଞ୍ଚଳ ଖିଲକିର ଖିମକି ସପିଂ ମଲରେ ଲାଗିଛି।ଏହି ଅଗ୍ନିକାଣ୍ଡ ମନ୍ୟୁଷ୍ୟକୃତ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

କୁହାଯାଉଛି କି, ଜାଣିଶୁଣି କେହି ଏପରି କାର୍ଯ୍ୟ କରିଥାଇ ପାରେ। ଏହି ଦିଗକୁ ମଧ୍ୟ ତଦନ୍ତ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ନିଆଁର ଧାସ ବହୁ ଉପରକୁ ଉଠୁଛି। ଜଳୁଥିବା କୋଠାରୁ ପାର୍କି ଦିଗକୁ ଲୋକେ ଧାଉଁଛନ୍ତି ଜୀବନ ରକ୍ଷାକରିବାକୁ।

ମେଗା ଖିମକି ଏକ ବଡ ସପିଂ ସେଣ୍ଟର ଓ ମନୋରଞ୍ଜନ କେନ୍ଦ୍ର। ଏହା ମସ୍କୋର ସେରେମଟ୍ଚେବୋ ଏୟାର ପୋର୍ଟଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟାରେ ଏହି ନିଆଁ ଲାଗିଥିବା ସୂଚନା ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *