ଆର୍ଥିକ କ୍ଷେତ୍ରରେ ବ୍ରିଟେନକୁ ପଛରେ ପକାଇଲା ଦେଶ

Spread the love

ନୂଆଦିଲ୍ଲୀ: ମହାମାରୀ କରୋନା ସତ୍ତ୍ବେ ଦେଶର ଅର୍ଥନୀତି ସୁଧୁରିଛି। ବିଶ୍ବରେ ଆର୍ଥିକ ଅଭିବୃଦ୍ଧିକୁ ନେଇ ଆସିଥିବା ନୂଆ ସର୍ଭେ ଅନୁଯାୟୀ ଭାରତ ୫ମ ସ୍ଥାନରେ ପହଞ୍ଚିଛି। ଏହି ତାଲିକାରେ ଆର୍ଥିକ କ୍ଷେତ୍ରରେ ଅଗରେ ଆମେରିକା ରହିଥିବା ବେଳେ ଦ୍ବିତୀୟରେ ଚୀନ, ତୃତୀୟରେ ଜାପାନ, ଚତୁର୍ଥରେ ରହିଛି ଜର୍ମାନୀ ଓ ଷଷ୍ଠ ସ୍ଥାନରେ ରହିଛି ବ୍ରିଟେନ।

ବ୍ରିଟେନକୁ ପଛରେ ପକାଇ ଭାରତ ଦୁନିଆର ୫ମ ସବୁଠାରୁ ବର୍ଡ ଅର୍ଥ ବ୍ୟବସ୍ଥା ହୋଇଛି। ୨୦୨୧ ବର୍ଷର ଶେଷ ତିନି ମାସରେ ବ୍ରିଟେନକୁ ପଛରେ ପକାଇ ଭାରତ ୫ମ ସ୍ଥାନ ଅଧିକାର କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ଜିଡିପି ସଂଖ୍ୟାର ଅନୁଯାୟୀ, କାଲକୁଲେସନ ୟୁଏସ ଡଲାର ଉପରେ ହୋଇଛି।

ଇଣ୍ଟରନାସନାଲ ରାକିଂରେ ବ୍ରିଟେନର ଏହି ଅଧୋପତ୍ତନ ନୂଆ ପ୍ରଧାନମନ୍ତ୍ରୀ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ଆଗାମୀ ଦିନରେ ବ୍ରିଟେନର ଆର୍ଥିକ ସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ଦେଖାଦେଇ ପାରେ। ୟୁକେର ଡିଡିପି ଦ୍ବିତୀୟ ତିନି ମାସରେ ମୁଦ୍ରା ପ୍ରସଙ୍ଗରେ କେବଳ ଏକ ପ୍ରତିଶତ ବୃଦ୍ଧି ପାଇଛି।  ଯଦି ଆମେ ଦୁ୍ରସ୍ଫିତି ଉପରେ ନଜର ପକାଇବା ତେବେ ଏଥିରେ ୦.୧% ହ୍ରାସ ଆସିଛି।

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫର ନିଜର ପୂର୍ବାନୁମାନ ଦର୍ଶାଉଛି କି, ଭାରତ ଏହି ବର୍ଷ ବାର୍ଷିକ ଆଧାରରେ ଡଲାର ମାମଲାରେ ୟୁକେ ଠାରୁ ଆଗକୁ ଚାଲିଯାଇଛି ଓ ଏବେ ଏହା କେବଳ ଆମେରିକା ଚୀନ, ଜାପାନ ଓ ଜର୍ମାନ ପଛରେ ରହିଛି। ଏକ ଦଶକ ମଧ୍ୟରେ ଭାରତର ଏହି ଅଭିବୃଦ୍ଧି ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ। ଏକ ଦଶକ ପୂର୍ବରୁ ଭାରତ ସବୁଠାରୁ ବଡ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ୧୧ତମ ସ୍ଥାନରେ ଥିଲା, ଯେତେବେଳେ ବ୍ରିଟେନ ଥିବା ୫ମ ସ୍ଥାନରେ।

Leave a Reply

Your email address will not be published. Required fields are marked *