ହିଜାବକୁ ସମର୍ଥନ କରି ଗିରଫ ଓସ୍କାର ବିଜୟିନୀ ଅଭିନେତ୍ରୀ

Spread the love

ତେହରାନ: ହିଜାବ ବିରୋଧୀ ପ୍ରଦର୍ଶନ ଇରାନ୍‌ରେ ଥମିବାର ନାମ ନେଉନାହିଁ। ସରକାରଙ୍କ ହିଜାବ ଓ ଡ୍ରେସ୍ କୋଡକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକେ । ସେପଟେ ସରକାର ମଧ୍ୟ ନିଜ ଆଭିମୁଖ୍ୟରୁ ବାଦ ପଡୁନାହାନ୍ତି।  ଏହି ବିକ୍ଷୋଭ ପ୍ରଦର୍ଶନକୁ ଇରାନର ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରି ଅଡୁଆରେ। ହିଜାବ୍ ବିରୋଧୀ ପ୍ରତିବାଦ ସମ୍ପର୍କରେ ମିଥ୍ୟା ପ୍ରଚାର ଅଭିଯୋଗରେ ଇରାନ୍‌ର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ତାରାନେହ ଅଲିଦୁସ୍ତିଙ୍କୁ ଗିରଫ କରାଯାଇଛି।

ରିପୋର୍ଟ ମୁତାବକ, ୩୮ ବର୍ଷୀୟା ତାରାନେହ ଅଲିଦୁସ୍ତିଙ୍କୁ ମିଛ ଓ ବିକୃତ ସାମଗ୍ରୀ ପ୍ରକାଶିତ କରିବା ଓ ଅରାଜକତାକୁ ଉସ୍‌କାଇବା ଅଭିଯୋଗରେ ଗିରଫ କରାଯାଇଛି। ଅତୀତରେ ଦେଶବ୍ୟାପୀ ପ୍ରତିବାଦ ଚାଲିଥିବା ବେଳେ ମୁଣ୍ଡକାଟ କରାଯାଇଥିବା ପ୍ରଥମ ବ୍ୟକ୍ତିଙ୍କୁ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସମର୍ଥନ ଜଣାଇ ଥିଲେ। ‘ଇନ୍‌ଷ୍ଟା’ ଆକାଉଣ୍ଟ୍‌ରେ ସେୟାର୍ ହୋଇଥିବା ଫଟୋରେ ଉଲ୍ଲେଖ ଥିଲା, ଆପଣମାନଙ୍କ ନିରବତା ଅର୍ଥ ଅତ୍ୟାଚାର ଓ ଅତ୍ୟାଚାରୀକୁ ସମର୍ଥନ କରିବା। ପୋଷ୍ଟର ଏକ ସପ୍ତାହ ପରେ ତାରାନେହଙ୍କୁ ଅଟକ ରଖାଯାଇଥିଲା। ଏହାପରେ ଶନିବାର ତାଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୬ରେ ଫିଲ୍ମ ଦ ସେଲ୍ସମ୍ୟାନ୍ ପାଇଁ ଅଲିଦୁସ୍ତିଙ୍କୁ ଓସ୍କାର ପୁରସ୍କାର ମିଳିଥିଲା। ନିକଟରେ ସେ”Leila’s Brothers” ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଚଳିତ ବର୍ଷ କାନ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।

Leave a Reply

Your email address will not be published. Required fields are marked *