ମୋଦି- ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

Spread the love

ନୂଆଦିଲ୍ଲୀ: ଏସସିଓ ଶିଖର ବୈଠକ ପରେ ସମରକାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା। ଶୁକ୍ରବାର ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ କରିଛନ୍ତି ବାର୍ତ୍ତାଳପ। ଭାରତ ଓ ଋଷ ମଧ୍ୟରେ ଥିବା ଘନିଷ୍ଠତା ବିଶ୍ବ ବିଦିତ ବୋଲି ମୋଦି କହିବା ସହ ଉଭୟ ନେତା ଏହି ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ କରିଛନ୍ତି ଗୁରୁତ୍ବାରୋପ। ଉଭୟ ଦେଶ ଖାଦ୍ୟ, ତୈଳ, ରାସାୟାନ ପରି ବିଭିନ୍ନ ସମସ୍ୟାର ସମାଧାନ  ଆଲୋଚନା ମାଧ୍ୟମରେ କରିଥିବା ମୋଦି କହିଛନ୍ତି। ଏଥିସହ ଯୁଦ୍ଧ ମଧ୍ୟରେ ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କ୍ଷେତ୍ରରେ ଋଷର ସହଯୋଗ ପାଇଁ ମୋଦି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଆଜିର ଯୁଗ ଯୁଦ୍ଧର ନୁହେଁ ଓ ଏହାକୁ ନେଇ ଆମେ ଆଲୋଚନା କରିଆସିଛୁ। ଏହି ଆଲୋଚନା କାଳରେ ମୋଦି ବିଶ୍ବ ଶାନ୍ତିକୁ ଗୁରୁତ୍ବ ଦେଇଛନ୍ତି। ଏହା ପୂର୍ବରୁ ଏସସିଓ ବୈଠକ ପରେ ମୋଦି  କରୋନା ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗକୁ ଉଠାଇଥିଲେ। ଏଥିସହ ଆଗାମୀ ଦିନରେ ଭାରତ ମାନୁଫାକ୍ଚରିଂ ହବ ହେବାକୁ ଯାଉଥିବା କହିବା ସହ ବର୍ତ୍ତମାନ ଭାରତରେ ୭୦ହଜାର ଷ୍ଟାର୍ଟଅପ ଆରମ୍ଭ ହୋଇଥିବା ଏସସିଓ ରାଷ୍ଟ୍ରମାନଙ୍କୁ ଅବଗତ କରିଥିଲେ।

Leave a Reply

Your email address will not be published. Required fields are marked *