ପୂର୍ବତନ କ୍ରିକେଟରଙ୍କ ଛେଳି ଚୋରି

Spread the love

ପୂର୍ବତନ କ୍ରିକେଟରଙ୍କ ଛେଳି ଚୋରି। ପାକିସ୍ତାନୀ କ୍ରିକେଟର କାମରନ ଅକମଲଙ୍କ ଛେଳିଙ୍କୁ କେହି ଚୋରି କରିନେଇଛି। ଯାହାର ଦାମ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଜାର କି ଦୁଇ ହଜାର ଟଙ୍କାର ଛେଳି ନୁହେଁ ଏକାଥରେ ପ୍ରାୟ ୯୦ ହଜାର ଟଙ୍କାର ଛେଳି ଚୋରି। ହଁ ଆମେ କହୁଛୁ ପାକିସ୍ତାନ ଲାହୋରରେ ରହୁଥିବା ପୂର୍ବତନ କ୍ରିକେଟର କାମରନ ଅକମଲ ବକ୍ରିଦ ପାଇଁ ଏକ ଛେଳିକୁ ବଳି ଦେବାକୁ ଘରକୁ ଆଣି ରଖିଥିଲେ। କିନ୍ତୁ ଏହି ପର୍ବ ପୂର୍ବରୁ ଚୋରମାନେ ଏହି ଛେଳିକୁ ଚୋରି କରିନେଇଥିବା ଜଣାପଡିଛି। ଚଳିତ ବର୍ଷ ୬ଟି ଛେଳିକୁ ବଳି ଦେବା ପାଇଁ କିଣିକି ଘରକୁ ଆଣିଥିଲେ କାମରନଙ୍କ ପିତା। ଘର ବାହାରେ ଏ ସମସ୍ତ ଛେଳିକୁ ବାନ୍ଧି ରଖିଥିଲେ। ହେଲେ ଏହି ଛେଳିମାନଙ୍କ ଭିତରୁ ଯେଉଁ ଛେଳିଟି ସବୁଠାରୁ ଭଲ ତାକୁ ଭୋର ୩ଟା ସମୟରେ ଛେଳି ଜଗୁଆଳି ଶୋଇଥିବା ବେଳେ ଚୋରି କରିନେଇଛନ୍ତି ଚୋର। ତେବେ ସେହି ଛେଳିଟିର ଦାମ ୯୦ ହଜାର ଟଙ୍କା।  ଯାହାକୁ ଚୋରି କରି ନେଇଥିବା କହିଛନ୍ତି କାମରନଙ୍କ ପିତା। ଏନେଇ ସୂଚନା ଗୃହ ସମାଜର ପରିଚାଳନାକୁ ଦିଆଯାଇଛି। ଫଳରେ ଚୋରମାନେ ଶୀଘ୍ର ଧରା ହେବା ସହ ଚୋରି ହୋଇଥିବା ଛେଳି ଉଦ୍ଧାର ହେବ ବୋଲି କାମରନ ପରିବାରଲୋକଙ୍କୁ ଆଶ୍ୱସନା ଦେଇଛନ୍ତି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *