ଓଡ଼ିଶାର ୩ କ୍ୟାବିନେଟ ମନ୍ତ୍ରୀ

Spread the love

ଧର୍ମେନ୍ଦ୍ର ପ୍ରଧାନ-

ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେଦ୍ର ମୋଦି । ମୋଦିଙ୍କ ସହ ୩୦ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଓଡ଼ିଶାରୁ ୩ଜଣ ଶପଥ ନେଇ ଥିବାବେଳେ ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଦେଶର ଉଜ୍ଜଳାମ୍ୟାନ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ବର୍ଷ ପରେ ଚଳିତଥର ପ୍ରତ୍ୟକ୍ଷ ନିର୍ବାଚନ ମୈଦାନକୁ ଓହ୍ଲାଇ ସମ୍ୱଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର ଜନ୍ମ ଏକ ରାଜନୈତିକ ପରିବାରରେ । ଧର୍ମେନ୍ଦ୍ରଙ୍କ ପିତା ଦେବେନ୍ଦ୍ର ପ୍ରଧାନ ଜଣେ ବିଚକ୍ଷଣ ରାଜନେତା ଥିଲେ । ବାଜପେୟୀ ସରକାର ସମୟରେ ସେ ଥିଲେ ମନ୍ତ୍ରୀ । ତେଣୁ ଛାତ୍ର ଜୀବନରୁ ରାଜନୀତି ପ୍ରତି ଧର୍ମେନ୍ଦ୍ରଙ୍କ ର ଅହେତୁକ ଦୁର୍ବଳତା ରହିଆସିଛି । କଲେଜ ପଢୁଥିବା ସମୟରେ ୧୯୮୩ ମସିହାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇ ୧୯୮୫ରେ ସମ୍ପାଦକ ଭାବେ ମନୋନିତ ହୋଇଥିଲେ । ଏହାପରେ ସେ ରାଜନୀତିରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଛନ୍ତି ।  ୨୦୦୦ ମସିହାରେ ପ୍ରଥମଥର ପାଲଲହଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ବିଜେପିର ଯୁବ ଶାଖାର ସଭାପତି ଥିଲେ। ୨୦୧୨ରେ ବିହାର ଓ ୨୦୧୮ରେ ମଧ୍ୟପ୍ରଦେଶ ରୁ ରାଜ୍ୟସଭାକୁ ଯାଇଥିଲେ। ମୋଦି ସରକାରରେ ଦକ୍ଷତା ବିକାଶ ମନ୍ତ୍ରୀ , ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ସର୍ବାଧିକ ସମୟ ଧରି ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରାଳୟର ଦାୟିତ୍ବ ସମ୍ଭାଳିଥିଲେ । ତା ବ୍ୟତୀତ ଉତ୍ତରାଖଣ୍ଡ ଓ ଝାରଖଣ୍ଡର ର ପ୍ରଭାରୀ ଦାୟିତ୍ବ ତୁଲାଇଛନ୍ତି ।

ଜୁଏଲ ଓରାମ

ଜୁଏଲ ଓରାମ ୪ ବର୍ଷରୁ ଅଧିକ ସମୟ ଧରି ଓଡିଶାରେ ବିଜେପି ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ସେ ୧୯୮୯ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ପରେ ବଣେଇ ନିର୍ବାଚନ ମଣ୍ଡଳୀରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ପର୍ଯ୍ୟନ୍ତ ୨ ଥର କାର୍ଯ୍ୟ କରିଥିଲେ। ୧୯୯୩ରୁ ୧୯୯୫ ମଧ୍ୟରେ ବିଜେପି ଏସଟି ମୋର୍ଚ୍ଚା ପାଇଁ ଦଳର ଜାତୀୟ ଉପସଭାପତି ଭାବେରେ କାର୍ଯ୍ୟ କରିଥିଲେ। ଜଳର ଜାତୀୟ ସଚିବ ଭାବରେ ୨ ବର୍ଷ କାର୍ଯ୍ୟ କରିବା ପରେ ୧୯୯୭ରେ ସେ ରାଜ୍ୟ ୟୁନିଟ ପାଇଁ ଦଳର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୯୮ ମସିହାରେ ସୁନ୍ଦରଗଡ ନିର୍ବାଚନୀ ମଣ୍ଡଳୀରୁ ଓରାମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ପୁନର୍ବାର ସଂସଦକୁ ନିର୍ବାଚିତ ହୋଇଥିଲେ। ବାଜପେୟୀ ସରକାର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଗଠନ କରିବା ପରେ ସେ ପ୍ରଥମ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ୨୦୦୪ରେ ଓରାମ ପୁନର୍ବାର ରାଜ୍ୟ ୟୁନିଟ ପାଇଁ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।  ଚଳିତ ନିର୍ବାଚନରେ ଜୁଏଲ ଓରାମ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି।

ଅଶ୍ୱିନୀ ବୈଷ୍ଣବ-

ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ୧୮ ଜୁଲାଇ ୧୯୭୦ରେ ରାଜସ୍ଥାନ ଯୋଧପୁରରେ ଜନ୍ମିତ ଅଶ୍ୱିନୀ ବୈଷ୍ଣବ, ଏବେ ଜଣାଶୁଣା ରାଜନେତା । ଆଇଏଏସ ଅଧିକାରୀ ଭାବେ ବିଭିନ୍ନ ପ୍ରଶାସନିକ ଦାୟୀତ୍ୱ ନିର୍ବାହ କରିଥିବା ବେଳେ ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଥିଲେ । ପରେ ବିଜେପିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୯ ଓ ୨୦୨୪ରେ ରାଜ୍ୟସଭାର ସାଂସଦ ଭାବେ ଉଭୟ ବିଜେଡି ଓ ବିଜେପି ସମର୍ଥନରେ ସେ ଓଡ଼ିଶାରୁ ଲଗାତାର ଦୁଇ ଥର ସଂସଦକୁ ଯାଇଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହେବା ସହ ଜୁଲାଇ ୮, ୨୦୨୧ରୁ ରେଳ ମନ୍ତ୍ରାଳୟର ଦାୟୀତ୍ୱ ନିର୍ବାହ କରୁଛନ୍ତି । ତା ସହ ସଞ୍ଚାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗିକ ବିଭାଗ ମଧ୍ୟ ତୁଲାଇଛନ୍ତି । ବାହାନଗା ରେଳ ଦୁର୍ଗଟଣା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଅନେକ ପ୍ରଶଂସା ସାଉଁଟିଥିଲେ ।

Leave a Reply

Your email address will not be published. Required fields are marked *