ଜାମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ,ଡିଜାଷ୍ଟର ରେସପନ୍ସ ଟିମ ମୁତୟନ

Spread the love

ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟଣା  । ଯାଞ୍ଚ ପାଇଁ ଘଟଣାସ୍ଥଳକୁ ଗଲେ ଏନଆଇଏ ଟିମ୍  । ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ  । ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି  । ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ବ୍ୟବହାର କରୁଛନ୍ତି ଯବାନ  । ଜାମ୍ମୁ କାଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି  ।

ରବିବାର ତୀର୍ଥ ଯାତ୍ରୀମାନେ ବୈଷ୍ଣୋଦେବୀ ଯାଉଥିବା ବେଳେ ଏହି ବସ ଉପକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ  । ଏହାପରେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା ବସ୍  । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି  । ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  । ଲକ୍ସର ସହଯୋଗୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି  । ଏହି ଆକ୍ରମଣରେ ୩ରୁ ୪ ଜଣ ଆତଙ୍କବାଦୀ ସାମିଲ ଥିବା ମଧ୍ୟ ଜଣାପଡ଼ିଛି  । ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି  ।

Leave a Reply

Your email address will not be published. Required fields are marked *