ନିଟ୍ ୟୁଜି ରି-ଟେଷ୍ଟରେ ରହିତାଦେଶ ମନା: ସୁପ୍ରିମକୋର୍ଟ

Spread the love

ପୁଣି ପରୀକ୍ଷା ଦିଅ ନଚେତ ବିନା ଗ୍ରେସମାର୍କରେ କାଉସେଲିଂରେ ବସ

ନିଟ୍-ୟୁଜି ୨୦୨୪ ପରୀକ୍ଷାରେ ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିବ। ଏଥିରେ କୌଣସି ରହିତାଦେଶ ଲାଗିବନି। ଏ କଥା ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ଯେଉଁ ୧୫୬୩ ପରୀକ୍ଷାର୍ଥୀ ଗ୍ରେସମାର୍କ ପାଇଥିଲେ, ସେମାନଙ୍କୁ ଜୁନ୍ ୨୩ରେ ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିବ। ନାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ୧୫୬୩ ପରୀକ୍ଷାର୍ଥୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ବିକଳ୍ପ ରାସ୍ତା ଦେଇଛି। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେବେନି, ସେମାନେ ବିନା ଗ୍ରେସମାର୍କରେ ଅରିଜିନାଲ ମାର୍କସିଟ୍ ସହ କାଉନେସେଲିଂରେ ସାମିଲ୍ ହେବେ। ତେବେ ପୁନଃ ପରୀକ୍ଷାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପଡ଼ିଥିଲା ରିଟ୍ ପିଟିସନ୍। ଯାହାର ବିଚାର କରିଥିଲେ ଜଷ୍ଟିସ ବିକ୍ରମ ନାଥ ଓ ଏସଭିଏନ ଭଟ୍ଟି।

Leave a Reply

Your email address will not be published. Required fields are marked *