ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ

Spread the love

ବସ୍ତା ବ୍ଲକ ସିଂଲା ପଞ୍ଚାୟତ ପଥ ଦୁର୍ଗା ପ୍ରାର୍ଥମିକ ବିଦ୍ୟାଳୟ ରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ । ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି । ସୁଚନା ଅନୁଯାୟୀ ଆଜି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ବିଦ୍ୟାରାଣି ଦେ ନାମକ ଜଣେ ପିଲାର ଡାଲିରେ ଏକ  ଝିଟିପିଟି ବାହାରିଥିଲା,ସେ ପାଚିକାକୁ ଏ ବିଷୟରେ ଜଣାଇବା ପରେ ପାଚିକା ଜଣକ ସେ ଝିଟିପିଟି ଫିଙ୍ଗି ଦେଇ ସେହି ତରକାରୀ କୁ ଖାଇବାକୁ କହିଥିଲେ । ପିଲାମାନେ ସେହି ଖାଦ୍ୟ ଖାଇ ଘରକୁ ଆସିଥିଲେ । ଘରେ ପହଞ୍ଚିବାର କିଛି ସମୟ ପରେ ପ୍ରଥମେ ୩ ଜଣ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ, ସେମାନଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସନ୍ଧ୍ୟା ସମୟରେ ଆଉ ୧୭ ଜଣ ପିଲା ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ମଧ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସବୁଠାରୁ ବଡ଼କଥା ହେଉଛି ଦିନ ୧୧ ଟା ଠାରୁ ଏହି ଘଟଣା ଘଟିଥିଲେ ମଧ୍ୟ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ଡାକ୍ତରଖାନା ଆସି ନାହାଁନ୍ତି କି ଏବିଷୟରେ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ଅବିଭାବକ।

Leave a Reply

Your email address will not be published. Required fields are marked *