ବର୍ଷାରେ ବେହାଲ ମାଲକାନଗିରି, ଏମ୍ ଭି ୩୭ ପୋଲ ଉପରେ ୩ ଫୁଟ୍ ଉଚ୍ଚର ଜଳ

ପୋଲ ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ବାଲିମେଳା , ଚିତ୍ରକୋଣ୍ଡା ଯୋଗାଯୋଗ ବିଚ୍ଛିନ୍ନ। ଗତ ତିନି ଦିନ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲା ର ପ୍ରାୟ ସବୁ ଅଂଚଳରେ ପରିସ୍ଥିତି ଗମ୍ଭୀର ରହିଥିବା ବେଳେ ବର୍ତ୍ତମାନ ଏମ୍ ଭି ୩୭ ର ତଳୁଆ ପୋଲ ଉପରେ ପ୍ରାୟ ୩ ଫୁଟ ର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଫଳରେ ବାଲିମେଳା – ମାଲକାନଗିରି ଓ ଚିତ୍ରକୋଣ୍ଡା – ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

୨୦୧୬ ମସିହାରୁ ଏମ୍ ଭି ୩୭ ନିକଟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତା କାର୍ଯ୍ୟ ଶେଷ ନ ହେବାରୁ ଏଭଳି ଚିତ୍ର ପ୍ରତି ବର୍ଷ ଦେଖିବାକୁ ମିଳୁଛି । ଅଂଚଳ ବାସୀଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏହା ସହ ବର୍ଷା କାରଣରୁ ମାଲକାନଗିରି ମୋଟୁ ୩୨୬ ଜାତୀୟ ରାଜପଥ ପୋତେରୁ, କାଙ୍ଗୁରୁ କୋଣ୍ଡା ପୋଲ କୁ ପାଣି ଉଛୁଳା ମାରୁଛି କ୍ଷ ଯଦି ଆଜି ଭଳି ବର୍ଷା ଲାଗି ରହେ ତେବେ ବନ୍ୟା ପରିସ୍ଥିତି କୁ ଏଡାଇ ଦେଇ ହେବ ନାହିଁ । ଏଥିନେଇ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତ ରହିଥିବା ସୂଚନା ଦେଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *