ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

Spread the love

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦନିର ରତ୍ନଭଣ୍ଡାର । ଏଥିପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି । ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ଡିବି ଗଡନାୟକ ।

ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ କମିଟି ଗଠନ କରାଯାଇଛି । ୨୦୧୮ ହୋଇଥିବା ଯାଞ୍ଚର ରିପୋର୍ଟ ଅନୁସାରେ ରତ୍ନ ଭଣ୍ଡାର ବାହାର ଓ ଭିତରେ ଯାହା କିଛି ସମସ୍ୟା ରହିଛି ତାକୁ ମରାମତି କରାଯିବା ସହ ରତ୍ନଭଣ୍ଡାର ଭିତରେ ଥିବା ସୁନା ଅଳଙ୍କାରର ମଣୋତି କରାଯିବ । ତେବେ ଶ୍ରୀମନ୍ଦିର ପ୍ରଶାସନ, ପଶାୟତ କମିଟିର ଉପସ୍ଥିତିରେ ଏଏସଆଇ ଟିମ୍ ୮ ଦିନ ଭିତରେ ଏହି କାର୍ଯ୍ୟକୁ ସମାପ୍ତ କରିବାକୁ ଚେଷ୍ଟା କରିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *