ସ୍ଥାନାନ୍ତର ବେଳେ ଡଙ୍ଗା ବୁଡି ୨ ମୃତ

Spread the love

ଲକ୍ଷ୍ନୌ: ଗଙ୍ଗା ନଦୀରେ ଅଘଟଣ। ନଦୀ ପାର ହେବା ବେଳେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ ଅଛନ୍ତି। ନିଖୋଜଙ୍କ ଖୋଜା ଚାଲିଛି ଉତ୍ତରପ୍ରଦେଶର ଗାଜିପୁର୍‌ରେ ଏହି ମର୍ମନ୍ତୁଦ ଅଘଟଣ ସଂଗଠିତ ହୋଇଯାଇଛି।

ପ୍ରବଳ ବର୍ଷା ପରେ ଉତ୍ତର ପ୍ରଦେଶ ରେବତୀପୁର ଥାନା ସ୍ଥିତ ଅଠହଠା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଇଞ୍ଜିନ ଚାଳିତ ଡଙ୍ଗା ଯୋଗାଇ ଦିଆଯାଇଛି। ଟ୍ରିପ ଟ୍ରିପ କରି ଲୋକଙ୍କୁ ସ୍ଥାନାନ୍ତର କରୁଛି ପ୍ରଶାସନ। କିନ୍ତୁ ଏହି ସ୍ଥାନାନ୍ତର କାଳରେ ବୁଧବାର ବିଳମ୍ବିତ ରାତିରେ ହଠାତ୍ ଡଙ୍ଗାଟି ନଦୀ ଜଳରେ ଓଲଟି ପଡିଥିଲା।

ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଆଜି ସକାଳୁ ଉଦ୍ଧାର କାର୍ଯ୍ୟ କରିଛି। ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବହୁ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛନ୍ତି ଅଗ୍ନିଶମ ବାହିନୀ।

Leave a Reply

Your email address will not be published. Required fields are marked *