ମନୋରଞ୍ଜନ

ମୁକ୍ତିଲାଭ କଲା ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ର ପ୍ରଥମ ଗୀତ ‘ଜିନ୍ଦା ବନ୍ଦା’

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜୱାନ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ନୂଆ ଉଚ୍ଚତାରେ ପହଞ୍ଚିଛି । କାରଣ ‘ଜୱାନ’ ଫିଲ୍ମର ପ୍ରଥମ ଗୀତ ‘ଜିନ୍ଦା ବନ୍ଦା’ ଆଜି ମୁକ୍ତିଲାଭ କରିଛି । ଆକ୍ସନ୍-ପ୍ୟାକ୍ ସିନ ଏବଂ ରୋମାଞ୍ଚକର ଝଲକ ଦେବା ପରେ ଏହି ଫିଲ୍ମ ବର୍ତ୍ତମାନ ଅନିରୁଦ୍ଧଙ୍କ ଚମତ୍କାର ଡ୍ୟାନ୍ସ ନମ୍ବରକୁ ଉନ୍ମୋଚନ କରିଛି ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗୁଛି ।

ଏହି ଗିତଟି ଏକ ଚମତ୍କାର ଡ୍ୟାନ୍ସ ନମ୍ବର ଯାହାର ମ୍ୟୁଜିକ ଶୁଣି ନିଜ ପାଦକୁ ନିଜ ଆୟତ୍ତରେ ରଖିବା କଷ୍ଟକର ହେବ ଶ୍ରେତାଗଣଙ୍କ ପାଇଁ । ଏହି ଗୀତଟିର କୋରିଓଗ୍ରାଫର ହେଲେ ଶୋବି ।

ଇରଶାଦ କାମିଲଙ୍କ ଲିରିକ୍ସ ସହିତ ‘ଜିନ୍ଦା ବନ୍ଦା’ ଅନିରୁଦ୍ଧଙ୍କ ବହୁମୁଖୀ ପ୍ରତିଭାକୁ ମଧ୍ୟ ଦର୍ଶାଏ, ଯିଏ କେବଳ ‘ଜୱାନ’ ପାଇଁ ପୁରା ଆଲବମ୍ ରଚନା କରିବା ସହ ଏହି ଡ୍ୟାନ୍ସ ନମ୍ବରରେ କଣ୍ଠଦାନ ମଧ୍ୟ କରିଛନ୍ତି ।

ଏହି ଗୀତଟି ପ୍ରାୟ ପାଞ୍ଚ ଦିନ ମଧ୍ୟରେ ସୁଟିଂ କରାଯାଇଥିଲା । ଏହି ଗିତରେ ଶାହରୁଖ ଖାନଙ୍କ ସହ ଶତାଧିକ ପ୍ରତିଭାବାନ ମହିଳା ନୃତ୍ୟଶିଳ୍ପୀ  ଚମତ୍କାର ନୃତ୍ୟ କରୁଥିବା ନଜର ଆସୁଛନ୍ତି। ଏହି ଗୀତଟି ଅନିରୁଦ୍ଧଙ୍କ ଶୃତିମଧୁର ସ୍ୱର ଏବଂ ତାଙ୍କ ଦ୍ୱାରା ନିର୍ମିତ ଆକର୍ଷଣୀୟ ଭିଜୁଆଲ୍ ଏକ ପରଫେକ୍ଟ ମିଶ୍ରଣ ବୋଲି କୁହାଯାଇପାରିବ । ଏହି ଗୀତଟି ବର୍ତ୍ତମାନ ସମସ୍ତ ପ୍ରମୁଖ ସଂଗୀତ ପ୍ଲାଟଫର୍ମରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ ।

ଜୱାନ୍ ହେଉଛି ଏକ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟର ଉପସ୍ଥାପନା, ଯାହା ସେପ୍ଟେମ୍ବର ୭ ରେ ହିନ୍ଦୀ, ତାମିଲ୍ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

Related Articles

Leave a Reply

Your email address will not be published.

Back to top button