ଜାତୀୟଭାଇରାଲ୍ ଭିଡିଓ

NCB ର କ୍ଲିନ ଚିଟ୍ ପରେ କ୍ଲବରେ ଆର୍ଯ୍ୟନ ଖାନ

ବଲିଉଡର ଷ୍ଟାର ଶାହାରଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଦ୍ୱାରା କ୍ଲିନ୍ ଚିଟ ମିଳିସାରିଛି। ବର୍ତ୍ତମାନ ପୁଣି ଥରେ ଆର୍ଯ୍ୟନ ଖାନଙ୍କୁ ଏକ ବାରରେ ପାର୍ଟି କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କ୍ଲବରେ ଲାଉଡ ମ୍ୟୁଜିକ ବାଜୁଥିବାର ମଧ୍ୟ ଶୁଣିବାକୁ ମିଳିଛି।

ଗତ ବର୍ଷ କ୍ରୁଜ ଡ୍ରଗ୍ସ ମାମଲାରେ ଧରା ପଡିବା ପରଠାରୁ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଲାଇମ ଲାଇଟରେ ଅଛିନ୍ତି। ଡ୍ରଗ୍ସ ମାମଲାରେ ଚାଲିଥିବା ଆଇନଗତ ଯୁଦ୍ଧ ପରେ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଦ୍ୱାରା ଏକ କ୍ଲିନ ଚିଟ୍ ଦିଆଯାଇଛି। କ୍ଲବରେ ଆର୍ଯ୍ୟନ୍ ପାର୍ଟି କରୁଥିବାର ଭିଡିଓ ଇଷ୍ଟାଗ୍ରାମ ଓ ଟ୍ୱିଟରରେ ବିଭିନ୍ନ ପେଜରେ ସେୟାର କରାଯାଉଛି। ଏକ ବାର୍‌ରେ ଆର୍ଯ୍ୟନ୍ ନଜର ଆସିଛନ୍ତି। ଏହି ଭାଇରାଲ ହେଉଥିବା ଭିଡିଓରେ ଆର୍ଯ୍ୟନ୍ ବ୍ଲାକ୍ ଟି-ସାର୍ଟ ପିନ୍ଧିବା ସହିତ ମୁହଁରେ ମାକ୍ସ ପିନ୍ଧିଥିବା ନଜର ଆସୁଛନ୍ତି।

ଆର୍ଯ୍ୟନ୍ ଖାନଙ୍କ ଫ୍ୟାନ୍ ପେଜରେ ଏହି ଭିଡିଓ ସେୟାର କରାଯାଇଛି। ଏହି ଭିଡିଓଟି ସୋମବାର ରାତିର ବୋଲି କୁହାଯାଉଛି। କ୍ଲବରେ ଆର୍ଯ୍ୟନଙ୍କୁ ଚିଲ୍ କରୁଥିବାର ଦେଖିବାକୁ ମିଳିଛି। ଆର୍ଯ୍ୟନଙ୍କୁ ପାର୍ଟିରେ ଉପଭୋଗ କରୁଥିବାର ଦେଖି ତାଙ୍କ ଫ୍ୟାନ୍ସମାନେ ବେସ୍ ଖୁସିଅଛନ୍ତି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button