ଓଡ଼ିଶାଜାତୀୟପୁରୀପ୍ରତିରକ୍ଷା

ଆକ୍ରମଣରେ ସହୀଦ ଓଡିଆ ପୁଅ ଦେବାଶିଷ ବିଶ୍ୱାଳ

SAHID ODIA JAWAN..PKG

() ଆତଙ୍କାବାଦୀଙ୍କ ଗ୍ରେନେଡ୍ ମାଡ଼ରେ ସେନା ଟ୍ରକ୍ ଜଳିଯିବାରୁ ୫ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନଙ୍କ ଭିତରେ ଅଛନ୍ତି ଓଡ଼ିଶାର ଦେବାଶିଷ ବିଶ୍ୱାଳ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ପଞ୍ଚାୟତ ଖଣ୍ଡାୟତସାହିର ଦେବାଶିଷଙ୍କ ବିୟୋଗ ଖବର ପାଇ ଗାଁ ପୁରା ସ୍ତବ୍ଧ। ଶୋକାକୁଳ ପରିବେଶ ଭିତରେ ଶହୀଦ ଦେବାଶିଷ ଅମର ରହେ ଓ ଭାରତ ମାତା କି ଜୟ ଧ୍ୱନିରେ କିନ୍ତୁ କମ୍ପିଥିଲା ଗାଁ ଦାଣ୍ଡ। ୪ ମାସର ଶିଶୁ କନ୍ୟାକୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଦେବାଶୀଷ।

ଜମ୍ମୁ କଶ୍ମୀରର ପୁଞ୍ଚରେ ସେନା ଟ୍ରକ ଉପରେ ଗ୍ରେନେଡ୍ ମାଡ଼ କରି ଜାଳିଦେଲେ ଆତଙ୍କବାଦୀ। ଆଉ ଏଥିରେ ଶୀହଦ ହୋଇଥିବା ୫ ଯବାନଙ୍କ ଭିତରେ ଅଛନ୍ତି ଓଡ଼ିଶାର ଦେବାଶିଷ ବିଶ୍ୱାଳ। ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତସାହିର ଦେବାଶିଷଙ୍କ ବିୟୋଗ ଖବର ପାଇ ପୁରା ଗାଁ ସ୍ତବ୍ଧ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ବାହୁନି ବାହୁନି କାନ୍ଦୁଛନ୍ତି ପୁରା ପରିବାର। ଚେତା ଶୂନ୍ୟ ହୋଇପଡ଼ୁଛନ୍ତି ପରିବାରବର୍ଗ। ସମସ୍ତଙ୍କ ମୁହଁରେ ଦେବାଶିଷଙ୍କୁ ଅକାଳରେ ହରାଇବାର ବ୍ୟଥା ବାରି ହୋଇପଡ଼ୁଥିଲା। କିନ୍ତୁ ଦେଶ ପାଇଁ ବୀରଗତିକୁ ପ୍ରାପ୍ତ ହୋଇଥିବା ଦେବାଶୀଷ ଅମର ରହେ ଓ ଭାରତ ମାତା କି ଜୟ ଧ୍ୱନିରେ ପୁରା କମ୍ପମାନ ହେଉଥିଲା ପରିବେଶ।

୨୦୨୨ ଅକ୍ଷୟ ତୃତୀୟାରେ ବିଷ୍ଣୁପୁର ପଞ୍ଚାୟତ ବନ୍ଧୁ ଗାଁର ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିଲେ ଦେବାଶୀଷ। ତାଙ୍କର ଏକ ୪ ମାସର ଶିଶୁ କନ୍ୟା ଅଛି। ଆଉ ଦିନକ ପରେ ବିବାହ ବାର୍ଷିକୀ ପାଳିଥାଆନ୍ତେ ଦେବାଶୀଷ ଓ ସଙ୍ଗୀତା। ଗଲା ଜାନୁଆରୀରେ ଗାଁକୁ ଆସିଥିଲେ ଝିଅର ଏକୋଇଶିଆ କରିବାକୁ। ଦେବାଶିଷ ପୁଣି କେବେ ଛୁଟିରେ ଆସିବେ ଗାଁକୁ, ତାକୁ ନେଇ ଅପେକ୍ଷାରତ ପରିବାରକୁ ଏମିତି ଦୁଃଖ ଖବର ମିଳିବ, ତାହା କିଏ ବା ଜାଣିଥିଲା। କିନ୍ତୁ ଦେଶ ପାଇଁ ଦେବାଶିଷଙ୍କ ଭଳି ବୀରଙ୍କ ବିୟୋଗ ଓ ତାଙ୍କ ବଳିଦାନ ବ୍ୟର୍ଥ ଯିବନି। ଶହୀଦ ଦେବାଶୀଷ ରାଷ୍ଟ୍ରୀୟ ରାଇଫଲ୍ସରେ ନିୟୋଜିତ ଥିଲେ।

ଗାଁର ଗର୍ବ ଥିଲେ ଦେବାଶୀଷ। ଦେଶ ପାଇଁ ବଳିଦାନ ଦେଲେ। ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ସୁଅ ଛୁଟିଛି ଦେବାଶୀଷଙ୍କ ଘରକୁ। କଅଣ କହି ସାନ୍ତ୍ୱନା ଦେବେ, ତାକୁ ନେଇ ପାଉନାହାନ୍ତି ରାହା। ଏବେ କେବଳ ଅପେକ୍ଷା ଜନ୍ମମାଟିକୁ କେବେ ଫେରୁଛି ବୀରଙ୍କ ପାର୍ଥିବ ଶରୀର।

ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button