ଅପରାଧଜାତୀୟରାଜନୀତି

ପୁଲିସ ନେତା ମୁହାଁମୁହିଁ

YSRTP CHIEF SHARMILA SLAPS

()ପୁଲିସ ନେତା ମୁହାଁମୁହିଁ… ପେପର ଲିକ୍ ମାମଲାରେ ଏସଆଇଟିରେ ହାଜର ବେଳେ ତୁମୁଳକାଣ୍ଡ… ରାସ୍ତା ମଝିରେ ପୋଲିସକୁ ପିଟିଲେ ଓ୍ୱାଇଏସଆର ତେଲେଙ୍ଗାନା ମୁଖ୍ୟ ଶର୍ମିଲା… ଥାନାରେ ବି ଶର୍ମିଲାଙ୍କ ମାଙ୍କ ହଙ୍ଗାମା…

ସେପଟେ ପୁଲିସକୁ ମାଡ଼ ମାରିଲେ ଓ୍ୱାଇଏସଆର ତେଲେଙ୍ଗାନା ମୁଖ୍ୟ ଶର୍ମିଲା। ତେଲେଙ୍ଗାନା ପେପର ଲିକ୍ ମାମଲାରେ ଆଜି ଏସଆଇଟିରେ ହାଜର ହେବାକୁ ଗଲାବେଳେ ଏଭଳି ତୁମୁଳକାଣ୍ଡ ଘଟିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲାଙ୍କୁ ପୁଲିସ ଅଟକ ରଖିଥିଲା। ଖବର ପାଇ ଶର୍ମିଲାଙ୍କ ମାଆ ବି ଥାନାରେ ପହଞ୍ଚି ହଙ୍ଗାମା କରିଛନ୍ତି।

ଗାଡ଼ି ଅଟକାଇବାକୁ ଚେଷ୍ଟା କରୁଥିଲା ପୁଲିସ୍। ହେଲେ ଗାଡ଼ି ଆଗକୁ ମାଡ଼ିଚାଲିଲା। ଗାଡ଼ିରେ ବସିଥିଲେ ଓ୍ୱାଇଏସଆର ତେଲେଙ୍ଗାନା ମୁଖ୍ୟ ଓ୍ୱାଇଏସ. ଶର୍ମିଲା। ପେପର ଲିକ୍ ମାମଲାରେ ନିଜ ଘରୁ ଏସଆଇଟି ଅଫିସକୁ ଗଲା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଆଉ ଗାଡ଼ି ଅଟକିବା ମାତ୍ରେ ଗାଡ଼ିରୁ ଓହ୍ଲାଇ ଶର୍ମିଲା ଜଣେ ପୁଲିସ କର୍ମୀଙ୍କୁ ଚାପୁଡ଼ା ମାରିବା ସହ ଠେଲି ଦେଇଥିଲେ ରାଗରେ କୁଆଡ଼େ ପୁଲିସ ଅଧିକାରୀ ତାଙ୍କ ହାତକୁ ଧରି ଟାଣିଦେଇଥିଲେ ଓ ଗାଡ଼ିରୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ। ପ୍ରବଳ ଯୁକ୍ତିତର୍କ ହୋଇଥିଲା ସେଠି। ପୁଲିସ କର୍ମଚାରୀ ଶର୍ମିଲାଙ୍କୁ ଅଟକ ରଖିଥିଲା। ହାଇଦ୍ରାବାଦର ଜୁବିଲି ହିଲ୍ସ ଥାନାରେ ଅଟକ ଥିବା ଶର୍ମିଲାଙ୍କୁ ଭେଟିବାକୁ ଯାଇଥିଲେ ତାଙ୍କ ମାଆ ଓ୍ୱାଇଏସ ବିଜୟମା। ଶର୍ମିଲାଙ୍କ ମାଆ ବିଜୟମା ବି ପୁଲିସକୁ ନାଲି ଆଖି ଦେଖାଇଥିବା ଭିଡ଼ିଓ ଭାଇରାଲ ହୋଇଛି ଝିଅକୁ କେଉଁ ଅଧାରରେ ଓ ଅଧିକାରରେ ଅଟକ ରଖିଛ କହି ପୁଲିସ ଉପରେ ବର୍ଷିଥିଲେ। ପୁଲିସ ସତ ତାଙ୍କର ବି ଜୋରଦାର ଯୁକ୍ତିତର୍କ ସାଙ୍ଗକୁ ଠେଲାପେଲା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ତେଲେଙ୍ଗାନା ଷ୍ଟେଟ୍ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ଆୟୋଜିତ ନିଯୁକ୍ତି ପରୀକ୍ଷାରେ ପେପର ଲିକ୍ ଲାଗି ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ପରୀକ୍ଷା ଅନିୟମିତତା ମାମଲାରେ ୧୧ ଜଣଙ୍କୁ ଗିରଫ କରାଗଲାଣି ତିନି ଥର ପରୀକ୍ଷା ବି ବାତିଲ୍ ହେଲାଣି ବିରୋଧୀ ଦଳ କେସିଆର ସରକାରଙ୍କୁ ପେପର ଲିକ୍ ଲାଗି ଦାୟୀ କରିଛନ୍ତି। ଶର୍ମିଲା ନିରନ୍ତର ଭାବେ ପେପର ଲିକ୍ ମାମଲାର ନିରପେକ୍ଷ ତଦନ୍ତ ଲାଗି ଦାବି କରିଆସୁଛନ୍ତି। ଗଲା ମାସରେ ବି ଏହି ପ୍ରସଙ୍ଗରେ ହାଇଦ୍ରାବାଦରେ ପ୍ରତିବାଦ ଆନ୍ଦୋଳନ ବେଳେ ଶର୍ମିଲାଙ୍କୁ ପୁଲିସ ଅଟକ ରଖିଥିଲା। ଶର୍ମିଲା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ରାଜଶେଖର ରେଡ୍ଡୀଙ୍କ ଝିଅ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନ ଭଉଣୀ ଅଟନ୍ତି। ନିଜ ଦଳ ସପକ୍ଷରେ ଶର୍ମିଲା ତେଲେଙ୍ଗାନାରେ ରାଲି କରିଥିଲେ। ତାଙ୍କ ଭାଇଙ୍କ ଓ୍ୱାଇଏସଆର କଂଗ୍ରେସ ଦଳ ଆନ୍ଧ୍ରରେ କ୍ଷମତାରେ ଥିଲେ ବି କୌଣସି ସାହାଯ୍ୟ କରୁନାହାନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି ଶର୍ମିଲା। ବେକାରୀ ନିଯୁକ୍ତି କେଳେଙ୍କାରୀରେ ବିଆରଏସ ସରକାର ବିରୁଦ୍ଧରେ ଶର୍ମିଲା ଆନ୍ଦୋଳନ ଜାରି ରଖିଛନ୍ତି

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button