କୋର୍ଟ

ପେଗାସସ୍ ମାମଲାରେ କେନ୍ଦ୍ର କରୁନାହିଁ ସହଯୋଗ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ କେନ୍ଦ୍ର ସହଯୋଗ କରୁନାହିଁ। ଏହାର ପରବର୍ତ୍ତୀ ଶୁଣାଣି ଏକ ମାସ ପରେ ହେବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। ଗୁରୁବାର ପେଗାସସ୍ ମାମଲାର ଶୁଣାଣି କାଳରେ ଯାଞ୍ଚ କଟିମି ପକ୍ଷରୁ ଏକ ସିଲ ଲଫାପା କୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେଉଛି।

ଜଷ୍ଟିସ ଅରବୀ ରବିନ୍ଦ୍ରନଙ୍କ ସମିତି ଖଣ୍ଡପୀଠଙ୍କ ନିକଟରେ ଏକ ସିଲ ଲଫାପାରେ ରିପୋର୍ଟ ଦାଖଲ କରିବା ପରେ ଓକିଲ କପିଲ ସିବଲ ଏହାକୁ ସାର୍ବଜନୀନ କରିବାକୁ ଦାବି କରିଥିଲେ। କିନ୍ତୁ ଖଣ୍ଡପୀଠ ଏନେଇ ମନା କରିବା ସହ ଅଦାଲତ ଏହା ଉପରେ ଦୃଷ୍ଟି ଦେବ। ଏହା ଏକ ଲମ୍ବା ଓ ଉତ୍ତରଦାୟିତ୍ବ ସମ୍ପନ୍ନ ରିପୋର୍ଟ।

ତେବେ ରିପୋର୍ଟକୁ ନେଇ ସିଜେଆଇ କହିଛନ୍ତି କି, ଏହା ତିନି ଭାଗରେ ରହିଛି। ଦୁଇଟି  ଟେକ୍ନିକାଲ କମିଟିର ଥିବା ବେଳେ ଗୋଟିଏ ଯାଞ୍ଚ କମିଟିର ରହିଛି। ସମିତି ସୁପାରିଶ ରହିଛି କି, ଆଇନରେ ପରିବର୍ତ୍ତନ କରି ଏହାକୁ କଠୋର କରାଯିବାର ଆବଶ୍ୟକତା ରହିଛି। ସାଇବର ସିକ୍ୟୁରିଟିକୁ ଆହୁରି ଦୃଢ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି।

ପୁଣି ରିପୋର୍ଟକୁ ନେଇ ୬ଟି ଦିଗ ଉପରେ ଦୃଷ୍ଟିପାତ କରିଛନ୍ତି ସିଜେଆଇ। ସେ କହିଛନ୍ତି, ୨୯ ଫୋନକୁ ଟେକ୍ନିକାଲ ଯାଞ୍ଚ କମିଟି ଦ୍ବାରା ଯାଞ୍ଚ  କରାଯାଇଥିଲା। ସେଥିରୁ ୫ଟିରେ ସ୍ବଳ୍ପ ଶକ୍ତିସମ୍ପନ୍ନ ମେଲାୱାର ମିଳିଥିଲା, ତେବେ ଏହା ପେଗାସସ ଥିବା ନିଶ୍ଚିତ କରାଯାଇ ନାହିଁ। ସୁପ୍ରିମ କୋର୍ଟ କହିଛନ୍ତି କି, ଜଷ୍ଟିସ ରବିନ୍ଦ୍ରନଙ୍କ ରିପୋର୍ଟରେ କୁହାଯାଇଛି କି, ଜବତ ଫୋନ ସହ କୌଣସି ସପ୍ଟୱେୟାର ଦୁରୁପଯୋଗ ଓ ଏହା ଦ୍ବାରା ନାଗରିକଙ୍କ ସୁରକ୍ଷା ମାମଲା କରାଯାଇପାରେ।

ପୂର୍ବରୁ ଗୁପ୍ତଚର ବିବାଦକୁ ନେଇ ସୁପ୍ରିମକୋର୍ଟରେ ବରିଷ୍ଠ ସାମ୍ବାଦିକ ଏନ ରାମ, ଶଶୀ କୁମାର, ରାଜ୍ୟସଭା ସାଂସଦ ଜନ ବ୍ରିତ୍ତାସ, ଓକିଲ ଏମ ଏଲ ଶର୍ମା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶୱନ୍ତ ସିହ୍ନା, ଆରଏସଏସର ବରିଷ୍ଠ ସଦସ୍ୟ କେ ଏନ ଗୋବିନ୍ଦାଚାର୍ଯ୍ୟ, ସାମ୍ବାଦିକ ପରାନଜୟ ଗୁହା ଠାକୁର୍ତା, ପ୍ରେମ ଶଙ୍କର ଝାଙ୍କ ପରି ବହୁ ବ୍ୟକ୍ତିଙ୍କ ଦ୍ବରା ଯାଚିକା ଦାୟର ହୋଇଥିଲା। ସ୍ପାଇଓୟାର ପେଗାସସ୍ ଦ୍ବାରା ଏମାନଙ୍କ କାର୍ଯ୍ୟବିଧି ଉପରେ ନଜର ରଖା ଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା କରାଇବାକୁ ଦାବି କରାଯାଇଥିଲା।

ଏହା ବ୍ୟତୀତ କୁହାଯାଇଥିଲା କି, ସୈନ୍ୟ ଗ୍ରେଡ ସ୍ବାଇଓୟାରର ବ୍ୟବହାର କରି ସେମାନଙ୍କ ଉପରେ ନଜର ରଖାଯାଉଛି। ଯାହା ସେମାନଙ୍କ ଅଧିକାରର ଉଲ୍ଲଙ୍ଘନ କରୁଛି ଯେମିତି ପୂର୍ବରୁ ପଟ୍ଟାସ୍ବାମୀ ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ବାରା ଅନୁଚ୍ଛେଦ ୧୪, ୧୯ ଓ ୩୧କୁ ମୌଳିକ ଅଧିକାର ପରିଗଣିତ କରାଯାଇଥିବା ଯାଚିକାରେ ଉଲ୍ଲେଖ ରହିଥିଲା।

Related Articles

Leave a Reply

Your email address will not be published.

Back to top button