ଜାତୀୟ

ଏଲଏସିରେ ଭାରତୀୟ ସେନାର ସର୍ଭେ

ନୂଆଦିଲ୍ଲୀ: ଲଦ୍ଦାଖରେ ଚୀନ ସହ ସୀମା ବିବାଦ ପରେ ସଜାଗ ଭାରତୀୟ ସେନା। ଭାରତ ସେନା ସୀମାରେ ଦୂର ଦୂର ଯାଏ ବଢାଇ ଦେଇଛି ଗସ୍ତ। ଏଥିପାଇଁ ସେନା ପକ୍ଷରୁ ଘୋଡା ଓ ଖଚ୍ଚର ପିଠିରେ ଚଳାଇଛନ୍ତି ସର୍ଭେ କାର୍ଯ୍ୟ। ଭାରତୀୟ ସେନାର କାର୍ଯ୍ୟକଳାପର ଏକାଧିକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୁଣି ଏଲଏସିରେ ଚୀନର ଅନୁପ୍ରବେଶ ନେଇ ଚର୍ଚ୍ଚା ପରେ ସୀମାରେ ଭାରତୀୟ ସେନାର ଗସ୍ତ ଓ ସର୍ଭେ ବ୍ୟାପକ ହୋଇଛି। ତେବେ ସୋସିଆଲ ମିଡିଆରେ ସେନାର ଭିଡିଓରେ କେଉଁଠି ଘୋଡା ଓ ଖଚ୍ଚର ପିଠିରେ ଯବାନ ସର୍ଭେ କରୁଛନ୍ତି ତ ପୁଣି କେଉଁଠି କ୍ରିକେଟ ଖେଳୁଥିବା ଦେଖିବାକୁ ମିଳୁଛି।

ସେନା ପକ୍ଷରୁ ଜମ୍ମୁ କାଶ୍ମୀର ଓ ଲଦାଖ ସୀମାରେ ଲଗାତର ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜ ଉପରେ ନଜର ରଖାଯାଇ ବୋଲି କହିଛନ୍ତି ଉତ୍ତର ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ସେ ଆହୁରି କହିଛନ୍ତି କି, ଭାରତୀୟ ସେନା ରାଷ୍ଟ୍ରର ଲୋକତାନ୍ତ୍ରିକ ପରମ୍ପରା ସବୁକୁ ଜାରି ରଖିବାକୁ ଭାରତର ସଂପ୍ରଭୁତା ଓ କ୍ଷେତ୍ରୀୟ ଅଖଣ୍ଡତାକୁ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ।

ଅନ୍ୟପଟେ ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଏହି ସମୟରେ ଦିଲ୍ଲୀରେ। ସେ ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ଆସିଛନ୍ତି। ବିଦେଶ ମନ୍ତ୍ରୀଙ୍କ ବୈଠକରେ କିନ କହିଛନ୍ତି କି, ପଡୋଶୀ ଦେଶସବୁ ଓ ପ୍ରମୁଖ ପ୍ରଗତିଶୀଳ ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଚୀନ ଓ ଭାରତ ମଧ୍ୟରେ ଥିବା ମତଭେଦ ତୁଳନାରେ ରହିଛି ଅଧିକ ହିତ। ଦୁଇ ଦେଶ ନିଜ ଦ୍ବିପାକ୍ଷିକ ସମ୍ବନ୍ଧକୁ ଦୁନିଆରେ ଶତାବ୍ଦୀର ପରିବର୍ତ୍ତନ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି।

Related Articles

Leave a Reply

Your email address will not be published.

Back to top button