ଜାତୀୟ

ଅଙ୍କିତା ଭଣ୍ଡାରୀ ମାମଲା: ପୁଲିସ ପଟବାରୀ ସିଷ୍ଟମ ଶେଷ କରିବ ସରକାର

ନୂଆଦିଲ୍ଲୀ: ଅଙ୍କିତା ଭଣ୍ଡାରୀ ମାମଲାରେ ଚର୍ଚ୍ଚାକୁ ଆସିଥିବା ପୁଲିସ ବିଭାଗର ପଟବାରୀ ସିଷ୍ଟମକୁ ଶେଷ କରିବାକୁ ଉତ୍ତରାଖଣ୍ଡ ସରକାର ନିଷ୍ପତି ନେଇଛି। ଏବେ ହତ୍ୟା, ଦୁଷ୍କର୍ମ ପରି ଜଘନ୍ୟ ଅପରାଧଗୁଡିକର ଯାଞ୍ଚ ନିୟମିତ ପୁଲିସ କରିବ। ସବୁ କେଶର ଫାଇଲ ତୁରନ୍ତ ପୁଲିସକୁ ଦିଆଯିବ। ଅନ୍ୟ ଅପରାଧଗୁଣିକୁ ମଧ୍ୟ ବିଧିବଦ୍ଧ ରୂପେ ପୁଲିସ ନିକଟକୁ ପଠାଯିବ।

ସୁପ୍ରିମ କୋର୍ଟରେ ଉତ୍ତରାଖଣ୍ଡ ସରକାର କ୍ୟାବିନେଟ ମିଟିଂକୁ ତଥ୍ୟ ଉପସ୍ଥାପନ କରି କହିଛନ୍ତି କି, ପୁଲିସର ପଟବାରୀ ସିଷ୍ଟମକୁ ପର୍ଯ୍ୟାୟକ୍ରମେ ଶେଷ କରାଯିବ ଓ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ୨୦୧୮ର ନିଷ୍ପତ୍ତିକୁ ଲାଗୁ କରିବ ସରକାର। ଏହା ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ବନ୍ଦ କରିଦେଇଛି।

ମଙ୍ଗଳବାର ସିଜେଆଇ ଜଷ୍ଟିସ ୟୁ ୟୁ ଲଳିତ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ କହିଥିଲେ କି, ସରକାର ୧୨ ଅକ୍ଟୋବରକୁ ହାଇ କ୍ୟାବିନେଟ ମିଟିଂର ତଥ୍ୟ ଦେଇଛନ୍ତି। ଏଥିରେ ହାଇକୋର୍ଟଙ୍କ ନିଷ୍ପତିକୁ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ତେଣୁ ମାମଲାରେ ଦଖଲ ଦେବାର ଆବଶ୍ୟକତା ନାହିଁ। କୋର୍ଟ ସମସ୍ତ ଯାଚିକାର ସମାଧାନ କରିଦେଇଛି।

ଯାଚିକାରେ ସୁପ୍ରିମକୋର୍ଟଙ୍କୁ ଉତ୍ତରାଖଣ୍ଡ ପୁଲିସର ପଟୱାରୀ ସିଷ୍ଟମର ଅନ୍ତ କରିବାକୁ ଦାବି କରାଯାଇଥିଲା। ଅଙ୍କିତା ହତ୍ୟା କାଣ୍ଡରେ ପଟୱାରୀ ସିଷ୍ଟମକୁ ଜଣେ ପତ୍ରକାର ଦାୟୀ କରି ଯାଚିକା ଦାୟର କରିଥିଲେ।  ସେ କହିଥିଲେ, ଏହି ସିଷ୍ଟମ ଜରିଆରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୀର୍ଘ ସମୟ ଲାଗିଥାଏ। ଉତ୍ତରାଖଣ୍ଡ ହାଇକୋର୍ଟ ୨୦୧୮ରେ ଏହି ସିଷ୍ଟମର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାନ ଯାଇ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା।

ଅଙ୍କିତାଙ୍କ ହତ୍ୟା ପରେ ତାଙ୍କ ବାପା ନିଜ ଅଭିଯୋଗରେ ପଟୱାରୀ ସିଷ୍ଟମକୁ ନେଇ ପ୍ରଶ୍ନ କରିଥିଲେ। ଯାଚିକାରେ ଅଙ୍କିତାଙ୍କ ବାପାଙ୍କ ପକ୍ଷରୁ କୁହାଯାଇଥିଲା କି, ଉତ୍ତରାଖଣ୍ଡରେ କାହିଁ କେଉଁ କାଳରୁ ପୁରୁଣା ରାଜସ୍ବ ପୁଲିସ ବ୍ୟବସ୍ଥା ପ୍ରଚଳିତ ରହିଛି।

Related Articles

Leave a Reply

Your email address will not be published.

Back to top button