ଜାତୀୟବିଶ୍ୱ

ପୁଣି ବିଶ୍ବର ଲୋକପ୍ରିୟ ନେତା ହେଲେ ମୋଦି

ନୂଆଦିଲ୍ଲୀ: ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମିତି କି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ୧୬ ଦେଶର ଆଗଧାଡିର ନେତାକୁ ପଛରେ ପକାଇ ଦେଇଛନ୍ତି ମୋଦି। ମର୍ନିଂ କନସଲ୍ଟର ୱେବ ସାଇଟରେ ଜାରି ସୂଚୀରେ ମୋଦି ୭୮ ପ୍ରତିଶତ ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ସହ ଶୀର୍ଷରେ ରହିଛନ୍ତି।

ଗୋଟିଏ ପଟେ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାରୀ ସହ ବିବିସି ଦ୍ବାରା ପ୍ରସ୍ତୁତ ଡକୁମେଣ୍ଟାରୀକୁ ନେଇ ମୋଦିଙ୍କୁ ସମାଲୋଚନାର ସାମ୍ନା କରିବାକୁ ହେଉଥିବା ବେଳେ ବିଶ୍ବର ଲୋକପ୍ରିୟ ନେତା ଭାବେ ପୁଣି ନିର୍ବାଚିତ ହୋଇଛନ୍ତି ସେ। ମୋଦି ଦୁନିଆର ବୟସ୍କ ମଧ୍ୟରେ  ସବୁଠାରୁ ଅଧିକ ରେଟିଂ ପାଇଛନ୍ତି। ଏହି ସୂଚୀର ଦ୍ବିତୀୟସ୍ଥାନରେ ମେକ୍ସିକୋର ରାଷ୍ଟ୍ରପତି ଏଣ୍ଡ୍ରିସ ମେନୁଅଲ ଲୋପେଜ ଓବ୍ରିଡୋରଙ୍କୁ ୬୮ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରପତି ଅଲୈନ ବେରସେଟ, ଯାହାଙ୍କୁ ମିଳିଛି ୬୨ ରେଟିଂ। ସର୍ଭେ ଅନୁଯାୟୀ, ୨୦୨୧ ପରେ ମୋଦିଙ୍କ ଲୋକପ୍ରିୟତା ଆହୁରି ବଢିଯାଇଛି।

ଏହି ସୂଚୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଟପ ପାଞ୍ଚ ଜଣଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇ ନାହାନ୍ତି। ବାଇଡେନ ୪୦ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ସପ୍ତମ ସ୍ଥାନରେ ଥିବା ବେଳେ ସୁନକ ୩୦ ପ୍ରତିଶତ ରେଟିଂ ସହ ୧୩ତମ ସ୍ଥାନ ହାସଲ କରିଛନ୍ତି। ତେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ବାନିଜ ୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ  ଚତୁର୍ଥ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ୫୦ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

Related Articles

Leave a Reply

Your email address will not be published.

Back to top button