ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡୁଆ ବଢୁଛି ପଛେ କମିବାର ନାମ ନେଉନାହିଁ। ଦିଲ୍ଲୀ ମଦ ଘୋଟାଲାରେ ସିବିଆଇ ତାଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନି ଲଣ୍ଡରିଂ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସିବିଆଇ କିଛି ଡକ୍ୟୁମେଣ୍ଟ ଇଡିକୁ ହସ୍ତାନ୍ତର କରିଛି।
ସିବିଆଇ ମଦ ଘୋଟାଲାରେ ମନିଷଙ୍କ ବିରୋଧରେ ଏଫ୍ଆଇଆର୍ ଓ ଅନ୍ୟ ଡକ୍ୟୁମେଣ୍ଟ ଇଡିକୁ ଦେବା ପରେ ତାଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ଏହା ପୂର୍ବରୁ ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣ ଲୋକଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା।
ସିବିଆଇର ଲୁକ ଆଉଟ ନୋଟିସକୁ ନେଇ ମନିଷ କହିଛନ୍ତି, ମୁଁ ଦିଲ୍ଲୀରେ ଅଛି। ମୋ ଘରେ ରେଡ କରି ସିବିଆଇ ବିଭିନ୍ନ ଜିନିଷ ସାଙ୍ଗରେ ନେଇଛି। ମୁଁ ତଦନ୍ତକାରୀ ଦଳ ସହ ସବୁ ପ୍ରକାର ସହଯୋଗ କରୁଥିବା ବେଳେ ଲୁକ ଆଉଟ ନୋଟିସ ଏକ ନାଟକ ବୋଲି କହିଛନ୍ତି ମନିଷ।
ଦିଲ୍ଲୀର ଅବକାରୀ ନୀତି ଉପରେ ମନିଷ କହିଛନ୍ତି କି ଏଥିରେ କିଛି ଦୁର୍ନୀତି ହୋଇ ନାହିଁ । ଏହି ମାମଲାରେ ସିବିଆଇ ଯାଂଚର ଆବଶ୍ୟକତା ନାହିଁ। ଯଦି ଦୁର୍ନୀତି କଥା କହୁଛନ୍ତି ତେବେ ଗୁଜରାଟରେ ବେଆଇନ ଭାବେ ଚାଲିଥିବା ମଦ କାରବାର ଉପରେ ସରକାର ଯାଂଚ କରନ୍ତୁ । ରାଗ ଜର୍ଜରିତ ମନିଷ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ୨୦୨୪ରେ ଆପଣଙ୍କ ବିରୋଧରେ ଜନତା ଜାରି କରିବ ଲୁକ ଆଉଟ ନୋଟିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now