ରାକ୍ଷୀଙ୍କ ହୃଦୟ ଭାଙ୍ଗିଗଲା। ପାକିସ୍ତାନୀ ଆକ୍ଟର ତଥା ବ୍ୟବସାୟୀ ଡୋଡି ଖାନ୍ ତାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ପରେ ଭାଙ୍ଗିପଡ଼ିଛନ୍ତି ରାକ୍ଷୀ ସାଓ୍ୱନ୍ତ। ବିବାହ ଆଗରୁ ପଛକୁ ହଟିଗଲେ ଡୋଡି। ନିଜର ତୃତୀୟ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ରାକ୍ଷୀ। ଡୋଡି କହିଛନ୍ତି, ସେ ରାକ୍ଷୀଙ୍କୁ ବିବାହ କରିବେନି। କିନ୍ତୁ ପାକିସ୍ତାନର ବୋହୂ ହେବେ। ଡୋଡି କହିଛନ୍ତି, ସେ ନିଜର କୌଣସି ଭାଇ ସହ ରାକ୍ଷୀଙ୍କ ବିବାହ କରାଇବେ। ରାକ୍ଷୀ ଆଗରୁ କହିଥିଲେ ବିବାହ ମୁସଲିମ ରୀତିନୀତି ଅନୁସାରେ ହେବ। ବିବାହ ପରେ ଭାରତରେ ରିସିପସନ ପାର୍ଟି ହେବ। ଆଉ ହନିମୁନ୍ ଲାଗି ନେଦରଲ୍ୟାଣ୍ଡ ନଚେତ ସ୍ୱିଜରଲ୍ୟାଣ୍ଡ ଯିବେ। କିନ୍ତୁ ଏତେ ଯୋଜନା ସବୁ ଫସର ଫାଟିଗଲା। ଡୋଡି ମୂଳରୁ ହିଁ ରାକ୍ଷୀଙ୍କୁ ବିବାହ କରିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି। ତେବେ ରାକ୍ଷୀ ଇସଲାମ ଧର୍ମ ଗ୍ରହଣ କରି ନିଜ ନାଁ ଫାତିମା ରଖିଥିଲେ। ଏହା ଡୋଡିଙ୍କୁ ବହୁତ ପସନ୍ଦ ଆସିବାରୁ ସେ ରାକ୍ଷୀଙ୍କୁ ପ୍ରୋପୋଜ୍ କରିଥିଲେ।
() କିନ୍ତୁ କୁହାଯାଉଛି ଯେ ପାକିସ୍ତାନୀ ଅଭିନେତା ତଥା ବ୍ୟବସାୟୀ ଡୋଡି ଖାନ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିବାରୁ ସେ ଦୁଃଖିତ। ଗୁରୁବାର ରାତିରେ ତାଙ୍କ ଇନଷ୍ଟାଗ୍ରାମ ସାଇଡରେ ଏକ ଭିଡିଓ ଅପଲୋଡ କରି ସ୍ପଷ୍ଟ କରିଦେଇଛନ୍ତି ସେ ରାକ୍ଷୀଙ୍କୁ ବିବାହ କରିବେ ନାହିଁ। ସେପଟେ ଏହାକୁ ନେଇ ରାକ୍ଷୀ ଅନେକ ଲୁହଭିଜା ଆଖି ଏବଂ ଭଙ୍ଗା ହୃଦୟ ଇମୋଜି ପୋଷ୍ଟ କରିଛନ୍ତି। ତେବେ ଡୋଡି ଖାନ କହିଛନ୍ତି ନମସ୍କାର ଭାରତ ଏବଂ ପାକିସ୍ତାନ। ମୁଁ ଡୋଡି ଖାନ। କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ମୋର ଏକ ଭିଡିଓ ଦେଖିଥିବ ଯେଉଁଥିରେ ମୁଁ ରାକ୍ଷୀ ସାୱନ୍ତଙ୍କୁ ପ୍ରପୋଜ କରିଥିଲି। ଯେତବେଳେ ମୁଁ ତାଙ୍କୁ ଜାଣିବା ଆରମ୍ଭ କଲି ମୁଁ ଅନୁଭବ କଲି ସେ ଭଗବାନଙ୍କୁ ବହୁତ ବିଶ୍ୱାସ କରନ୍ତି। ତାଙ୍କ ଜୀବନରେ ଅନେକ ଉଥାନ ପତନ ଦେଖିଛନ୍ତି। ସେ ତାଙ୍କ ବାପାମାଙ୍କୁ ହରାଇଥିଲେ।ପରେ ତାଙ୍କ ଜୀବନରେ ଜଣେ ବ୍ୟକ୍ତି ଆସିଥିଲା। ଏବେ ସେ ସବୁ ଦୁଃଖରୁ ବାହାରି ଆସିଛନ୍ତି। ପରେ ଉମରା ଯାଇ ଇସଲାମ ଧର୍ମ ଗ୍ରହଣ କଲେ ଏବଂ ସେ ତାଙ୍କ ନାମ ଫାତିମା ରଖିଲେ। ମୋତେ ଭଲ ଲାଗିଲା ବୋଲି ପ୍ରପୋଜ କଲି । ଅନ୍ୟପଟେ ଲାଗୁଛି ଉଭୟଙ୍କ ବିବାହକୁ ନେଇ ଅନେକ ଗ୍ରହଣ କରିପାରୁନାହାନ୍ତି। ସେଥିଲାଗି ରାକ୍ଷୀ ତାଙ୍କର ବନ୍ଧୁ ହୋଇ ରହିବେ। ରାକ୍ଷୀ ସାଓ୍ୱନ୍ତ ପ୍ରଥମେ ଆଦିଲ୍ ଖାନ୍ ଦୁରାନିଙ୍କୁ ବିବାହ କରିଥିଲେ। ୨୦୨୩ରେ ଉଭୟ ଅଲଗା ହୋଇଥିଲେ। ଆଦିଲଙ୍କ ପୂର୍ବରୁ ରାଜ ସିଂଙ୍କୁ ବିବାହ କରିଥିଲେ ରାକ୍ଷୀ। ଦୁହେଁ ବିଗ୍ ବସ୍-୧୫ରେ ପାର୍ଟ ନେଇଥିଲେ। କିନ୍ତୁ ଫେବୃଆରୀ ୨୦୨୨ରେ ସୋ ସମାପ୍ତ ମାତ୍ରେ ପରସ୍ପରଠୁ ଅଲଗା ହୋଇଯାଇଥିଲେ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now