ଭାରତୀୟ ସେନାରେ ନେପାଳ ଗୋର୍ଖାଙ୍କୁ ନା

ଭାରତୀୟ ସେନାରେ ଗୋର୍ଖାମାନଙ୍କ ସ୍ଥାନ ସ୍ବତନ୍ତ୍ର । ସେମାନଙ୍କ ଅନେକ ବୀରତ୍ବର ଗାଥା ରହିଛି । ଭାରତୀୟ ସେନାରେ ଦୁଇ ପ୍ରକାରର ଗୋର୍ଖା ଅଛନ୍ତି, ଗୋଟିଏ ବର୍ଗ ହେଉଛନ୍ତି ନେପାଳରୁ ଆସୁଥିବା ଗୋର୍ଖା ଓ ଅନ୍ୟ ବର୍ଗଟି ହେଉଛି ଭାରତୀୟ ଗୋର୍ଖା । କିନ୍ତୁ ଭାରତୀୟ ସେନାରେ ଧୀରେ ଧୀରେ ନେପାଳୀ ଗୋର୍ଖାଙ୍କ ଆଗମନ କମିବାରେ ଲାଗିଛି ଓ କୁହାଯାଉଛି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ସେନାରେ କୌଣସି ନେପାଳୀ ଗୋର୍ଖା ନଥିବେ । ଏହା ସହିତ ଗତ ୨୦୦ ବର୍ଷର ଏକ ଗୌରବୋଜ୍ଜଳ ପରମ୍ପରାର ଅନ୍ତ ଘଟିବ ।

ଭାରତୀୟ ସେନାକୁ ନେପାଳୀ ଗୋର୍ଖା ନଆସିବାର କାରଣ ହେଉଛି ଭାରତୀୟ ସେନାର ଅଗ୍ନିବୀର ସ୍କିମ୍ । ଏତେ କମ ସମୟ ପାଇଁ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁନାହାନ୍ତି ନେପାଳୀ ଯୁବକ । ସେମାନେ ପୂର୍ବର ବ୍ୟବସ୍ଥା ଅନୁସାରେ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି । ଏଥିପାଇଁ ଅଗ୍ନିବୀର ସ୍କିମ ଆରମ୍ଭ ହେବା ପରଠାରୁ ନେପାଳରେ ଭାରତୀୟ ସେନାର କୌଣସି ନିଯୁକ୍ତି ରାଲି ଆୟୋଜନକୁ ନେପାଳ ସରକାର ଅନୁମତି ଦେଉନାହାନ୍ତି । 
ଗୋଟିଏ ପଟେ ନେପାଳରୁ କୌଣସି ଗୋର୍ଖା ଆସୁନଥିବାବେଳେ ବର୍ତ୍ତମାନ ସେବାରତ ଗୋର୍ଖାମାନେ ଅବସର ନେବାରେ ଲାଗିଛନ୍ତି । ଏପରି ସ୍ଥିତି ଲାଗିରହିଲେ ଆସନ୍ତା ୧୦ ବର୍ଷରେ ଭାରତୀୟ ସେନାରେ କୌଣସି ନେପାଳୀ ଗୋର୍ଖା ନଥିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *