ବୁଝାମଣା ପରେ ଫେରାଅ କ୍ଷତିପୂରଣ ରାଶି- ଦିଲ୍ଲୀ ହାଇକୋର୍ଟ

ଏସସି ଏସଟି ରୁଲ୍ସ ଅଧୀନରେ କ୍ଷତିପୂରଣ ପାଇଥିଲେ ଫେରାଅ। ଯଦି ଆପୋଷ ବୁଝାମଣାରେ ଏତଲା ରଦ୍ଦ ହୋଇଥିବ। ସେଟଲମେଣ୍ଟ ପରେ ଆଇନଗତ ପ୍ରୋସିଡିଂ ଯଦି ଚାଲୁନି, ତା ହେଲେ କ୍ଷତିପୂରଣ ପାଇଥିବା ବ୍ୟକ୍ତି କେଉଁ ଆଧାରରେ ନିଜ ପାଖରେ ଏହି ରାଶି ରଖିବ ବୋଲି ହୃଦବୋଧ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଷ୍ଟିସ ସଞ୍ଜୀବ ନରୁଲା କହିଛନ୍ତି, ଏସସି ଏସଟି ଆଟ୍ରୋସିଟି ମାମଲାରେ କ୍ଷତିପୂରଣ ମେକାନିଜିମ୍ ଅଲଗା କଥା କହୁଛି। ଏହି ଆକ୍ଟ ବଳରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ ମାମଲା ଚାଲିବ ଓ ପୀଡ଼ିତଙ୍କୁ ଆଇନଗତ ସହାୟତା ଦେବାକୁ ସରକାର ପ୍ରତିବଦ୍ଧ। ଏହି କ୍ଷତିପୂରଣ ପୀଡ଼ିତଙ୍କୁ ନ୍ୟାୟ ଦେବା ଲାଗି ଉଦ୍ଦିଷ୍ଟ। ଏହା ମାମଲାର ଶେଷ ବୋଲି ଧରିନେବା ଭାବିବା ଭୁଲ୍। ଯେଉଁଠି ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ଭିତରେ ଆପୋଷ ବୁଝାମଣା ହୋଇଯାଉଛି। ସେଠାରେ ପୀଡ଼ିତ ପାଇଥିବା କ୍ଷତିପୂରଣ ରାଶି ଫେରସ୍ତ କରିଦେବା ଜରୁରୀ। ଜଣକ ଖର୍ଚ୍ଚରେ ମାମଲା ଲଢ଼ୁଛ। କିନ୍ତୁ ବୁଝାମଣା ହୋଇଗଲା ପରେ ପୁଣି ଅନ୍ୟର ଅର୍ଥ ପାଖରେ ରଖିବାର କୌଣସି ମାଏନା ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *