ବେଙ୍ଗାଲୁରୁ ପରେ ଗୁଜୁରାଟର ଅହମ୍ମଦାବାଦରେ ହ୍ୟୁମାନ୍ ମେଟାପ୍ନୁମୋଭାଇରସ୍ (HMPV)ର ଏକ ମାମଲା ଚିହ୍ନଟ ହୋଇଛି । ଅହମ୍ମଦାବାଦର ଚାନ୍ଦକେଡା ଅଞ୍ଚଳରେ ୨ ମାସର ଶିଶୁରେ ଏହି ଭାଇରସ ସଂକ୍ରମଣ ନଜର ଆସିଛି । ନବଜାତ ଶିଶୁ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଶିଶୁର ଚିକିତ୍ସା ପାଇଁ ପରିବାର ରାଜସ୍ଥାନର ଡଙ୍ଗରପୁରରୁ ଅହମ୍ମଦାବାଦରେ ପହଞ୍ଚିଥିଲେ । ବର୍ତ୍ତମାନ ଶିଶୁର ଅବସ୍ଥା ସ୍ଥିର ରହିଛି । ଚାଇନାରେ ବ୍ୟାପିଥିବା HMPV ଭୂତାଣୁ ଏହାରି ଭିତରେ ଭାରତରେ ବ୍ୟାପିବା ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନୋଟି ମାମଲା ଚିହ୍ନଟ ହୋଇଛି । ଦୁଇଟି ମାମଲା କର୍ଣ୍ଣାଟକର ହୋଇଥିବାବେଳେ ଗୋଟିଏ ମାମଲା ଗୁଜରାଟର ଅହମ୍ମଦାବାଦରୁ ଆସିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now