ICU ରେ ଭର୍ତ୍ତି ହେବା ନେଇ ପ୍ରତିକ୍ରିୟା ରଖିଲେ ରତନ ଟାଟା

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ନାଭାଲ ଟାଟା (୮୬) ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ICUରେ ଭର୍ତ୍ତି ହୋଇଛନ୍ତି। ସୁଚନା ଅନୁଯାୟୀ ସୋମବାର ସକାଳେ ତାଙ୍କୁ ଡାକ୍ତରଖାନାର ଜରୁରୀକାଳୀନ କୋଠରୀକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଥିଲା ।ରାତି ୧୨.୩୦ ରୁ ୧.୦୦ ମଧ୍ୟରେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାକୁ ଖଣ୍ଡନ କରିଛନ୍ତି ରତନ ନାଭାଲ ଟାଟା । ସେ ଟ୍ୱିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି । କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ ।ମୋର ଅସୁସ୍ଥତା ସମ୍ବନ୍ଧରେ ପ୍ରଚାର ହେଉଥିବା ଗୁଜବ ବିଷୟରେ ମୁଁ ଅବଗତ । ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି କି ଏହି ଦାବି ଗୁଡିକ ଭିତ୍ତିହୀନ । ମୋର ବୟସ ମେଡିକାଲ ଚେକଅପ ପାଇଁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି । ଆହୁରୀ ମଧ୍ୟ କହିଛନ୍ତି ଜନସାଧାରଣ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ବିସ୍ତାରରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରୁଛନ୍ତି ।

https://pbs.twimg.com/media/GZRQp-HXwAAByD6?format=jpg&name=small

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *