ତାଲିବାନୀର ଅତ୍ୟାଚାର: ଅତିଷ୍ଠ ମହିଳା

ତାଲିବାନୀ ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାରେ ମାହିର୍। ଏବେ ତାଲିବାନ ଆଉ ପାଦେ ଆଗେଇଯାଇଛି। ମହିଳାଙ୍କ ସ୍ୱର, ସର୍ବସାଧାରଣରେ ମୁହଁ ଦେଖାଇବା ଉପରେ ବ୍ୟାନ୍ ଲଗାଇଛି ନୂଆ ଆଇନରେ। ସାର୍ବଜନୀନ ସ୍ଥାନରେ ନିଜ ଶରୀର ସହ ଚେହେରାକୁ ଘୋଡ଼ାଇବାକୁ ପଡ଼ିବ। କୌଣସି ଅପରିଚିତ ଲୋକଙ୍କୁ ବି ଦେଖିବାକୁ ବି ବାରଣ କରାଯାଇଛି ମହିଳାଙ୍କୁ। ଆଗରୁ ସର୍ବସାଧାରଣ ଜାଗାରେ ଗାଇବା, ନାଚିବା ଓ ଉଚ୍ଚସ୍ୱରରେ ପଢ଼ିବା ଉପରେ ବ୍ୟାନ୍ ଲଗାଇଥିଲା ତାଲିବାନୀ ଶାସନ। ଏପରିକି ପତଳା,ଟାଇଟ୍ ଓ ଛୋଟ କପଡ଼ା ପିନ୍ଧିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି। ଏକୁଟିଆ କୌଣସି ମହିଳା ଯାତ୍ରା କରିପାରିବେନି। ଏଭଳି ସ୍ଥିତିରେ କଅଣ କରୁଛି ଜାତିସଂଘ ବୋଲି ପଚାରିଲେଣି ବୁଦ୍ଧିଜୀବି। ଆଫଗାନିସ୍ତାନରେ ତାଲିବାନୀଙ୍କ ଏଭଳି କଠୋର ନିୟମକୁ ନିନ୍ଦା କରିଛି ଜାତିସଂଘ। ଗଲା ୩ ବର୍ଷ ହେଲା ତାଲିବାନୀ ସରକାର ମହିଳାଙ୍କ ଉପରେ ନାନା ନିୟମ ଆଳରେ ଅନେକ ପ୍ରତିବନ୍ଧକ ଲଗାଇଚାଲିଛି। ଏହି ନୂଆ ଆଇନ ତାଲିବାନର ନୂଆ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କ ଦ୍ୱାରା ପ୍ରଣୟନ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *