କାମ ସାରି ଘରକୁ ଫେରୁଥିବା ବେଳେ ବେଙ୍ଗାଲୁରୁରେ ରହୁଥିବା ଜଣେ ଓଡ଼ିଆ ୟ୍ୟୁଟୁବରଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରାଯାଇଛି। ୧୦ ବର୍ଷୀୟ ପିଲା ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କରିଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି ।
ସେ ଘଟଣା ବେଳର ଭିଡିଓ ମଧ୍ୟ ସମସ୍ତଙ୍କୁ ଦେଖାଇଛନ୍ତି। ଅସଦାଚରଣର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ ଓଡ଼ିଶାର ନେହା ବିଶ୍ୱାଳ। ସେ ଗୋଟିଏ ଭିଡିଓ ଜାରି କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏହି ସମୟରେ କାନ୍ଦି ମଧ୍ୟ ପକାଇଛନ୍ତି।
https://twitter.com/i/status/1854009605246054478
ସେ କରିଛନ୍ତି ଯେ ବିଟିଏମ ଲେୟାଆଉଟ ରାସ୍ତାରେ ସେ ଚାଲିଚାଲି ଆସିବା ସହ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ଜଣେ ଛୋଟ ପିଲା ବିପରୀତ ଦିଗରୁ ସାଇକେଲ ନେଇ ଆସିଥିଲା। ନେହା ଭିଡିଓ ରେକର୍ଡ କରୁଥିବା ବେଳେ ପିଲାଟି ତାଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ।
ସେ ସିଧା ନେହାଙ୍କ ଛାତି ଉପରେ ହାତ ରଖିଥିଲା। ପିଲାଟିର ଅଙ୍ଗୁଳି ଚିହ୍ନ ନେହାଙ୍କ ଡ୍ରେସ ଉପରେ ରହିଥିବା ସେ ଭିଡିଓ ଜାରି କରି ସମସ୍ତଙ୍କୁ ଜଣାଇଛନ୍ତି। ନେହା ଭିଡିଓ ପୋଷ୍ଟ କରିବା ପରେ ବେଙ୍ଗାଲୁରୁ ପୁଲିସ୍ ଘଟଣାକୁ ନିଜ ଆଡ଼କୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now