ତାପଙ୍ଗ ବେଆଇନ ପଥର ଖନନ: ଶ୍ରୀମନ୍ଦିର ପ୍ରଶାସନ ଦେବ ୧୨ କୋଟି ଟଙ୍କା

Spread the love

ପୁରୀ:  ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଖନନ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ଦେବ ୧୨ କୋଟି ଟଙ୍କା। ଶ୍ରୀଜଗନ୍ନାଥଙ୍କ ଜମିରେ ୫୯ଟି ବେଆଇନ ମାଙ୍କଡ଼ା ପଥର ଖାଦାନ ଚାଲିଛି। ଆଉ ଏହାର ପରିବେଶଜନିତ କ୍ଷତିଭରଣା ଲାଗି ଏଭଳି ରାୟ ଦେଇଛନ୍ତି ଏନଜିଟି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ଏହି ଅର୍ଥରାଶି ଜମା କରିବା ସହ ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଆକ୍ସନ ଟେକେନ ରିପୋର୍ଟକୁ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଏନଜିଟି।

ଶ୍ରୀମନ୍ଦିର ପ୍ରଶାସନକୁ ଏନଜିଟିର ଝଟକା। ଶ୍ରୀଜଗନ୍ନାଥଙ୍କ ଜମିରେ ୫୯ଟି ବେଆଇନ ମାଙ୍କଡ଼ା ପଥର ଖାଦାନ ଲାଗି ସୃଷ୍ଟି ହୋଇଥିବା ପରିବେଶଜନିତ କ୍ଷତିଭରଣା କରିବ ପ୍ରଶାସନ। ଏଥିଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ଶ୍ରୀମନ୍ଦିର ପ୍ରଶାସନ ୧୨ କୋଟି ଟଙ୍କା ଜମା କରିବାକୁ ରାୟ ଦେଇଛନ୍ତି ଏନଜିଟି। ଏନଜିଟି କହିଛନ୍ତି କି, ୭୨ଟି ମାଙ୍କଡ଼ା ପଥର ଖାଦାନରୁ ୬୪ଟି ନିଲାମ ହୋଇଥିଲା। ଏଥିରୁ ୪୬ ଟିକୁ ପରିବେଶଜନିତ କ୍ଲିଅରାନ୍ସ ମିଳିଥିଲା। କିନ୍ତୁ ବାକି ୧୮ଟି ଖାଦାନ ଯାହା ନିଲାମ ହୋଇଥିଲା, ସେମାନେ ଆଜି ଯାଏ କ୍ଲିଅରାନ୍ସ ପାଇନାହାନ୍ତି। ୭୨ଟିରୁ କେବଳ ୨୭ଟି ଖାଦାନ ଉଭୟ ପରିବେଶ ମଞ୍ଜୁରୀ, କନସେଣ୍ଟ ଅଫ ଏଷ୍ଟାବ୍ଲିସ୍ ଓ କନସେଣ୍ଟ ଅଫ୍ ଅପରେଟ୍ ପାଇ କାର୍ଯ୍ୟକ୍ଷମ ଅଛନ୍ତି। ସେଥିଲାଗି ପରିବେଶଜନିତ କ୍ଷତିଭରଣା ବାବଦରେ ଏହି ଅର୍ଥ ବିନିଯୋଗ ହେବ। ଯେଉଁ ତୃଟି ହୋଇଛି, ସେଥିରେ ସୁଧାର ଆଣିବା ସହ ପୁନରୁଦ୍ଧାର ଓ ଭରଣା କାମରେ ଏହା ଲାଗିବ।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ତାଗିଦ୍ କରିଥିଲେ ଏନଜିଟି। ତାଗିଦ୍ ପରେ ଶ୍ରୀମନ୍ଦିର ପ୍ରଶାସନକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ କି, ଖୋଳା ଯାଇଥିବା ଖାଦାନକୁ ପାଉଁଶ କିମ୍ୱା ଫ୍ଲାଏ ଆସରେ ପୋତି ଦିଆଯାଉ। ଆଉ ପରିବେଶଜନିତ କ୍ଷତିକୁ ରୋକାଯାଉ। ଏହା ସହ ଜିଲ୍ଲା ପ୍ରଶାସନ ବି ନିଜିଗଡ଼ ତାପଙ୍ଗ ଅଞ୍ଚଳରେ ସଚେତନତା ସଭା କରି ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଥିଲା। କିନ୍ତୁ ଏ ସବୁ ସତ୍ତ୍ୱେ ବି ବେଆଇନ ଉତ୍ତୋଳନକାରୀଙ୍କୁ ଚିହ୍ନଟ କରିବାରେ ଫେଲ୍ ମାରିଥିଲା ପ୍ରଶାସନ। କେବଳ ପଥର ଗାଡିର ଡ୍ରାଇଭର ଓ ମାଲିକଙ୍କୁ ଧରପଗଡ଼ରେ କାମ ସାରିଦେଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶ୍ରୀମନ୍ଦିର ପ୍ରଶାସନ, ଖୋର୍ଧା ଜିଲ୍ଲା ପ୍ରଶାସନ କାହାରି ସହ କାହାରି ଯେମିତି ତାଳମେଳ ନଥିଲା।

Leave a Reply

Your email address will not be published. Required fields are marked *