ଭୁବନେଶ୍ୱର ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଅଗ୍ନିକାଣ୍ଡ

Spread the love

ସହିଦ ନଗର ଭବାନୀ ମଲ ସାମ୍ନାରେ ଥିବା ସେଭେନ ଇଲେଭେନ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ହଠାତ ରେଷ୍ଟୁରାଣ୍ଟ ଭିତରୁ ଶୁଭିଥିଲା ଚିତ୍କାର | କେହି କିଛି ବୁଝିବା ଆଗରୁ ରେଷ୍ଟୋରାଣ୍ଟ ଭିତର ଲୋକେ ଏଣେ ତେଣେ ଧାଇଁବା ଆରମ୍ଭ କରିଥିଲେ | ଆଉ ତାର କିଛି ସମୟ ଭିତରେ ରେଷ୍ଟୁରାଣ୍ଟ ଭିତରୁ ନିଆଁ ବାହାରିବା ଆରମ୍ଭ ହୋଇଥିଲା,ଯାହାକୁ ନେଇ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଥିଲା | ଖୁବ କମ ସମୟ ଭିତରେ ସମ୍ପୂର୍ଣ୍ଣ ୪ମହଲା ଧୂଆଁମୟ ହୋଇଯାଇଥିଲା |ସ୍ପା ଠାରୁ ଆରମ୍ଭ କରି ଅଫିସରେ କାମ କରୁଥିବା ଲୋକେ ଧାଇଁବାରେ ଲାଗିଥିଲେ | ଏମିତି କି କିଛି ଜଣ ଲୋକେ ଛାତ ଉପରକୁ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଧାଇଁ ପଳାଇଥିଲେ | ଯେତେ ସମୟ ହେଉଥିଲା ନିଆଁର ପ୍ରକୋପ ସେତେ ବଢ଼ିବାରେ ଲାଗିଥିଲା | ଯାହାକୁ ନେଇ ଅଗ୍ନିଶମ ଟିମକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ | ଆଉ ଖବର ପାଇବା ମାତ୍ରେ ଅଗ୍ନିଶମ ଟିମ ର ୪ଟି ଦମକଳ ଗାଡି ସହ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ | ଆଉ ଆରମ୍ଭ କରିଥିଲେ ଅପରେସନ | 3ଘଣ୍ଟାର ଅପରେସନରେ ଅଗ୍ନିଶମ ଟିମର ଅକ୍ଲାନ୍ତ ପରିଶ୍ରମ ପାଇଁ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ | ଛାତ ଉପରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା |ହେଲେ ଧୂଆଁ ଏତେ ମାତ୍ରାରେ ହୋଇଥିଲା ଯେ ଶେଷରେ କଟର ସାହାଯ୍ୟରେ କାନ୍ଥ କାଟି ଧୂଆଁ କୁ ବାହାରକୁ ଛଡ଼ାଯାଇଥିଲା | ଏମିତି କି ବାର ଆଣ୍ଡ ରେଷ୍ଟୁରାଣ୍ଟ ଉପରେ ଥିବା ସ୍ପା ଓ ଅଫିସ କାଚ ଭଙ୍ଗା ଯାଇଥିଲା | ଗ୍ରାଉଣ୍ଡ ଫ୍ଲୋର ରେ ଥିବା ରେଷ୍ଟୁରାଣ୍ଟ ଟି ସମ୍ପୁର୍ଣ୍ଣ ଜଳି ଯାଇଛି | ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି |

Leave a Reply

Your email address will not be published. Required fields are marked *