ଅବହେଳିତ ହୋଇ ପଡିଛି ଲଚ୍ଛମନଜୀଉ ମନ୍ଦିର

Spread the love

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ବାଲିପାଟଣା ଗାଁର ଲଚ୍ଛମନଜିଉ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ପ୍ରଭୂ ଲକ୍ଷ୍ମଣ । ୨୦୧୪ ମସିହାରେ ଏହି ପୀଠ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇ ଥିଲା । ହେଲେ ଏବେ ବି ପ୍ରଚାର ପ୍ରସାରର ଅଭାବ ରହିଛି।

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉଙ୍କ ପରେ ଲଚ୍ଛମନଜୀଉଙ୍କୁ ଅଗ୍ରପୂଜ୍ୟ ଭାବେ ପ୍ରାଧାନ୍ୟ ଦିଆଯାଏ। ଏଠାରେ ପୂଜା ପାଉଛନ୍ତି ପ୍ରଭୁ ଲକ୍ଷ୍ମଣ ଙ୍କ ପ୍ରତି ମୂର୍ତ୍ତୀ।  ଅନନ୍ତ ନାଗଙ୍କ ଦ୍ୱିତୀୟ ଅବତାର ହେଉଛନ୍ତି  ଲଚ୍ଛମନଜୀଉ। ଅନନ୍ତ ନାଗଙ୍କ ପ୍ରଥମ ଅବତାର ବଳଦେବଜୀଉ ହୋଇ ଥିବା ବେଳେ ଦ୍ୱିତୀୟ ଅବତାର ଲଚ୍ଛମନ୍ ଜୀଉ ବୋଲି ବିଶ୍ଵାସ ରହିଛି।  କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ବାଲିପାଟଣା ଗାଁରେ ରହିଛି ଏହି ମନ୍ଦିର। ୧୭୨୮ ଖ୍ରୀଷ୍ଠାଦ୍ଧ ରେ ଗୋପି ଦାସ ମହାରାଜ ବଳଦେବଜୀଉ ଙ୍କୁ ଦର୍ଶନ କରିବାକୁ ଆସି ଥିଲେ। ବାଲିପାଟଣା ଗାଁରେ ଗୋପି ଦାସ ମହାରାଜ ଲଚ୍ଛମନ୍ ଜୀଉ ଙ୍କ ମୂର୍ତ୍ତୀ ସ୍ଥାପନ କରି ଥିଲେ। ପରବର୍ତୀ ମୁହୁର୍ତ୍ତ ରେ ତତ୍ କାଳୀନ ସନ୍ଥ ରାଜାଙ୍କ ପ୍ରଚେଷ୍ଟା ରେ ଏଠାରେ ଲଚ୍ଛମନ୍ ଜୀଉ ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଲଚ୍ଛମନ୍ ଜୀଉଙ୍କ ପ୍ରିୟ ଭୋଗ ହେଉଛି ପଟକପୁରା କଦଳୀ। ୨୦୧୪ ମସିହାରେ ଏହି ପୀଠ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇ ଥିଲା ।

ଠାକୁର ଙ୍କ ପାର୍ଶ୍ୱ ଦେବତା ଭାବେ ବାଲୁଙ୍କେଶ୍ୱର ଶିବ ଓ ହନୁମାନ ମନ୍ଦିର ରହିଛି । ଶ୍ରୀ ମନ୍ଦିର ଭଳି ଠାକୁର ଙ୍କ ସାମ୍ନା ରେ ଅରୁଣ ସ୍ତମ୍ଭ ଓ ବେଢାରେ ଗରୁଡ଼ ସ୍ତମ୍ଭ ଅବସ୍ଥିତ। ପ୍ରଭୁ ଲଛମନଜୀଉ ଙ୍କ ପାଖେ ଯିଏ କିଛି ମାନସିକ କରେ ମାନସିକ ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ କିଛି ପୁରାତନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଲଛମନଜୀଉ ଅନ୍ୟତମ । ତେବେ ଏହି ଅଞ୍ଚଳ ର ଆହୁରି ବିକାଶ ଓ ପ୍ରଚାର ପ୍ରସାର କଲେ , ଏଠାକୁ  ଜିଲ୍ଲା ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ଭକ୍ତ ଅସି ଦର୍ଶନ କରିପାରନ୍ତେ।

ଦିଲ୍ଲୀପ ମହାନ୍ତି

Leave a Reply

Your email address will not be published. Required fields are marked *