ସମୟରେ ମଣ୍ଡିରୁ ଉଠୁନି ଧାନ

Spread the love

 () ସରକାର ଚାଷୀଙ୍କ ପାଇଁ ମଣ୍ଡି ଖୋଲିଛନ୍ତି । କିନ୍ତୁ ସଠିକ ସମୟରେ ମଣ୍ଡିରୁ ଉଠୁନି ଧାନ। ଯାହା ଫଳରେ ଅନେକ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ।  ସେହିପରି ନୟାଗଡ ଜ଼ିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା l  ମିଲର ଉଠାଉନି ଧାନ l  ଶୀତ ଓ କାକର ସାଙ୍ଗକୁ ଖରା ରେ ପଡି ରହୁଛି ଚାଷୀର ବର୍ଷକର ଅମଳ ।

ଧାନ ମଣ୍ଡି ସମସ୍ୟା ଏକ ଚିରା ଚରିତ ଅଭିଯୋଗ ପାଲଟି ଗଲାଣି l ଧାନ ମଣ୍ଡିରେ ଚାଷୀ ଦୁର୍ଦ୍ଦଶା ଭୋଗିବା ଯେମିତି ଭାଗ୍ୟରେ ଲେଖା l ମଣ୍ଡିରେ କଟନି ଛଟିନି ଲାଗିରହିଛି l ନୟାଗଡ ଜ଼ିଲ୍ଲାରେ କଟିନି ଛଟନି ନ ହେବାପାଇଁ ସମ୍ବଲପୁର ମିଲର ଧାନ ଉଠାଉଛି l ହେଲେ  ସଠିକ ସମୟରେ ଆସି ଧାନ ନେଉନଥିବାରୁ ମଣ୍ଡିରେ 7 ରୁ 10 ଦିନ ପର୍ଯ୍ୟନ୍ତ ଧାନ ପଡିରହୁଥିବା ଅଭିଯୋଗ କରିଛନ୍ତି ଚଷୀ…

ତେବେ 17 ଜଣ ମିଲର  14 ଲକ୍ଷ କୁଇଣ୍ଟାଲ ଧାନ ଉଠାଇବା ପାଇଁ ସିକୁରିଟି ବା 52 କୋଟି ଟଙ୍କା ପୈଠ କରିଥିଲେ l ଯୋଗାଣ ବିଭାଗ ସମ୍ବଲପୁର ମିଲରଙ୍କୁ ଅନୁକମ୍ପା ଦେଖାଇ ଜ଼ିଲ୍ଲାରେ ଧାନ ଉଠାଇବା ପାଇଁ ନିର୍ଦେଶ ଦେଇଥିଲେ l  ତେବେ ଜ଼ିଲ୍ଲା ମିଲର 9 ଲକ୍ଷ ଧାନ ଉଠାଇବା ବେଳେ ସମ୍ବଲପୁର ମିଲର 5 ଲକ୍ଷ ଧାନ ଉଠାଇ ବାକୁ ନିର୍ଦେଶ ରହିଛି l କିନ୍ତୁ ସମ୍ବଲପୁର ମିଲର ମଣ୍ଡିରୁ ଧାନ ଉଠାଇ ପାରୁ ନାହିଁ l ଅନ୍ୟପଟେ କୁଇଣ୍ଟାଲ ପିଛା 5 ରୁ 7 କିଲୋ ଧାନ କାଟୁଛନ୍ତି l ସେପଟେ ମଣ୍ଡି ସମସ୍ୟା ନେଇ  ନୟାଗଡ ବିଜେପି ନେତ୍ରୀ ଇରାନୀ ରାୟ ଜ଼ିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜ଼ିଲ୍ଲାପାଳ ଟୋକନ ଅନୁସାରେ ଧାନ ଉଠାଇବାକୁ ନିର୍ଦ୍ଦେଶ ଦିଆଯଇଛି।

ତେବେ ଦେଖିବାକୁ ବାକି ରହିଲା କେବେ ମଣ୍ଡି ସମସ୍ୟା ଦୂର ହୋଇ ମଣ୍ଡିରୁ ଧାନ ଉଠୁଛି।

ଦେବବ୍ରତ ନାୟକଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *