କଟକ ଜିଲ୍ଲାପାଳଙ୍କ ବାଙ୍କୀ ଉପଖଣ୍ଡରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାଙ୍କୀ ଗସ୍ତରେ ଆସି ଡମପଡ଼ା ବ୍ଲକ ପାଥପୁର ଗ୍ରାମପଞ୍ଚାୟତର ମୁରାରୀପୁରଠାରେ ନିର୍ମାଣ ଚାଲିଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ଦ୍ଵାରା ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ  ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସେଠାରୁ ଜାତମୁଣ୍ଡିଆଠାରେ ଥିବା ନିୟନ୍ତ୍ରିତ ବଜାର କମିଟିର ଗୋଦାମ ଘରେ ଗଚ୍ଛିତ ଥିବା ପିଡିଏସ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ତନଖି କରି ଅଧିକାରୀମାନଙ୍କ ସହିତ ଆଗାମୀ ଦିନରେ ବାଙ୍କୀ ଉପଖଣ୍ଡରେ ଖରିଫ ଧାନ ମଣ୍ଡିରେ ଚାଷୀ ସୁବିଧାରେ ଦେଇ ସ୍ୱଚ୍ଛ ଭାବେ କ୍ରୟ କରିବା ବିଷୟରେ ଆଲୋଚନା କରିଥିଲେ । ତତ ପରେ ଶିମିଳିପୁର ଓ ତୁଳସୀପୁରରେ ଧାନମଣ୍ଡି ପରିଦର୍ଶନ କରିବା ସହ ଆନୁସାଙ୍ଗିକ ବ୍ୟବସ୍ଥା ସମୀକ୍ଷା କରିଥିଲେ। ପରିଶେଷରେ ମାଆ ଚର୍ଚ୍ଚିକା ମନ୍ଦିରକୁ ପରିଦର୍ଶନରେ ଯାଇ ସେବାୟତ ମାନଙ୍କ ସହ ମନ୍ଦିର ଉନ୍ନତି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ମନ୍ଦିର ଉନ୍ନତି ପାଇଁ ଆସିଥିବା ଅନୁଦାନରେ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବି. ଡି.ଓ ଅଂଶୁମାନ ଦାସ, କଟକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ଦାସ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *