ଚନ୍ଦ୍ରଭାଗା ବେଳାମାର୍ଗରେ ନାହିଁ ନଥିବା ଭିଡ଼

ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଚତୁର୍ଥ ଦିବସ। ଲକ୍ଷାଧିକ ଲୋକଙ୍କ ସମାଗମକୁ ନେଇ ନାହିଁ ନଥିବା ଭିଡ଼। ବୁଧବାର କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ୧୪ ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ର  ତୃତୀୟ ଦିବସରେ ଜର୍ମାନୀ, ସ୍ପେନ, ରୁଷିଆ ,ପର୍ତ୍ତୃଗାଲ, ଜାପାନ, ମେକ୍ସିକୋ,ୟୁଇନାଇଟେଡ କିଙ୍ଗଡ଼ମ, ଶ୍ରୀଲଙ୍କା ପରି ୮ ଟି ଦେଶର ୮ ଜଣ ବିଦେଶୀ ବାଲୁକା ଶିଳ୍ପୀ ସମେତ ଓଡିଶା ସହ ୧୦ ରାଜ୍ୟରୁ ୧୦୦ ଜଣ ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ମହିଳା ବାଲୁକା ଶିଳ୍ପୀ  “ସାମୁଦ୍ରିକ ଜୀବ” “ପରିବେଶ ଓ ବନ୍ୟଜନ୍ତୁ” କୁ ନେଇ ବିଭିନ୍ନ ବାଲୁକା କଳା ଅତିସୂକ୍ଷ୍ମ ଭାବେ ନିର୍ମାଣ କରିଥିଲେ। ଅନୁରୁପ ଭାବେ ପୁରୁଷ ବାଲୁକା ଶିଳ୍ପୀ ମାନେ “ସ୍ୱଚ୍ଛତା ସେବା” ଓ “ପ୍ଲାଷ୍ଟିକ ମୁକ୍ତ ଐତିହ୍ୟ ସ୍ଥଳ”କୁ ନେଇ ବାଲୁକା କଳାକୃତି ପଦର୍ଶନ କରିଥିଲେ । ଆଜିର ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ କଳାକୃତି ଗୁଡିକ ବାଲୁକା କଳା ଶିଳ୍ପୀଙ୍କ କଳାକୃତି ଅତ୍ୟନ୍ତ ଉଚ୍ଚ କୋଟିର ଥିଲା। ବାଲୁକା କଳା ନିକଟରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼କୁ ନେଇ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *