ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ । ପବିତ୍ର ଅକ୍ଷୟ ତୃତୀୟାରେ ୩ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ୱ ନିର୍ମାଣ ପାଇଁ ଫାଶି କାଠ ଚିରଟ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କରାଯାଇଛି। ରଥଖଳାର ଚତୁପାର୍ଶ୍ବକୁ ଧଳା କପଡ଼ା ଗୁଡାଯାଇ ରଥନିର୍ମାଣ କାର୍ଯ୍ୟ କରାଯାଉଛି। ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ୱର ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା ମହାରଣା ଓ କରତି ସେବାୟତଙ୍କ ଦ୍ୱାରା ଜାରି ରହିଛି।
ଆଜି 5T ସଚିବ ଭି.କେ ପାଣ୍ଡିଆନ୍ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସେନେଇ ଜିଲ୍ଲାପାଳଙ୍କ ସହ 5T ସଚିବ ଆଲୋଚନା କରିଥିଲେ। । ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ନୀତି ପ୍ରଶାସକ 5T ସଚିବଙ୍କ ଦର୍ଶନ ସମୟରେ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଗୁରୁବାର ଦୁଇ ବର୍ଷ ପରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ବସିବ। ବୈଠକରେ କୋଭିଡ ସ୍ଥିତିକୁ ନେଇ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ନିଷ୍ପତି ନିଆଯିବା ସହ ରଥନିର୍ମାଣ ସ୍ଵାସ୍ଥ୍ୟ ଓ ପରିମଳ ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ସଜାଗ ରହିଛି ପୁରୀ ଜିଲ୍ଲା ପ୍ରଶାସନ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now