ମୋ ବସ୍ ର ନାଁ ପରିବର୍ତ୍ତନ ହୋଇ ହେବ ଆମ ବସ୍ ! ମନ୍ତ୍ରୀ କହିଲେ ସେବା ଭଲ ଅଛି ,ବଢିବ ବସ୍ ସଂଖ୍ୟା

Spread the love

‘ମୋ’ ବସର ନାମ ବଦଳି ହୋଇପାରେ ଆମ ବସ୍ । ଆବଶ୍ୟକ ପଡିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ । ‘ମୋ’ ବସ ସେବା ଲୋକ ମାନଙ୍କୁ ସୁବିଧା ଯୋଗାଉଥିବା ବେଳେ ଏହା ଚାଲୁ ରହିବ ।

ଆଜି ମାଷ୍ଟରକ୍ୟାଣ୍ଟିନଠାରୁ ମୋ’ ବସ୍‌ରେ ମନ୍ତ୍ରୀ ପ୍ରେସ ଛକ ଯାଏ ଯାତ୍ରା କରିଥିଲେ। ଏହି ସମୟରେ ସେ ଯାତ୍ରୀଙ୍କ ସମେତ ଷ୍ଟାଫଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।ଲକ୍ଷ୍ମୀ ବସ୍‌ର ନାମ ଓ ରଙ୍ଗ ବଦଳିବା ପ୍ରସଙ୍ଗରେ ସେ କହିଛନ୍ତି, ପ୍ରଥମେ ‘ମୋ ବସ୍‌’ର ବ୍ୟବସ୍ଥା ବଦଳିବ। ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ’ ବସ୍‌ର ନାମ ଓ ରଙ୍ଗ ବଦଳିବ।

ଆବଶ୍ୟକ ପଡିଲେ ବସ୍ ସଂଖ୍ୟା ବଢାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତିା ଆଗକୁ ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ବର, କଟକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଏହି ବସ୍ ଚଳାଚଳ କରିବା ଆଜି ସକାଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାଷ୍ଟରକ୍ୟାଣ୍ଟିନ ଠାରୁ ଗାଢକଣ ପର୍ଯ୍ୟନ୍ତ ଯାତ୍ରା କରିବା ସହ ଯାତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛିା

Leave a Reply

Your email address will not be published. Required fields are marked *