ରାସ୍ତା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଝାଞ୍ଜିରୀବେରେଣା ଗ୍ରାମବାସୀ

() ଗାଁକୁ କାମ, ମାକୁ ସମ୍ମାନର କଥା କହି ଡିଣ୍ଡିମ ପିଟୁଛନ୍ତି ରାଜ୍ୟସରକାର, କିନ୍ତୁ ବାସ୍ତବସ୍ଥିତି କିଛି ଭିନ୍ନ । ରାସ୍ତା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝାଞ୍ଜିରୀବେରେଣା ଗ୍ରାମବାସୀ।

କଙ୍କଡାହାଡ଼ ବ୍ଲକ କେରଜୁଳି ପଂଚାୟତର ଆଦିବାସୀ ସାହି ଝାଞ୍ଜିରୀ ବେରେଣା ଗାଁ । ଏହି ଗାଁରେ ୫୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ, ବଜାରକୁ ଯିବା ପାଇଁ ହେଲେ ଡୋଲିଆ ଛକକୁ ଯାଇ ବସ ଯୋଗେ ବଜାରକୁ ଯିବା ପାଇଁ ପଡ଼ିବ । ତେବେ ଏହି ଡୋଲିଆ ଛକ ଗାଁ ଠାରୁ ୪କିମି ଦୂର ହୋଇଥିବା ବେଳେ, ଆଜି ପର୍ଯ୍ୟନ୍ତ ମାଟି ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ। ଏହା ସହ ଯିବା ରାସ୍ତାରେ ପଡେ  ଡୋଲିଆ ନାଳ । ଏହି ନାଳ ପାର ହୋଇ ଲୋକମାନେ ଖରା ଦିନେ ବହୁ କଷ୍ଟରେ ଯାଉଥିବା ବେଳେ, ବର୍ଷା ଦିନେ ବିପଦ ସଂକୁଳ ଭାବେ ଯାତାୟାତ କରିଥାନ୍ତି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସ, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଜଣେ ଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେବେ ଏହି ଗାଁକୁ କେରଜୁଳି ପଂଚାୟତ ଠାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ସଂଯୋଗ ହୋଇଥିବା ବେଳେ, ଏହା ବ୍ଲକ କାର୍ଯ୍ୟାଳୟ ଓ ସହରକୁ ଯାତାୟାତ ପାଇଁ ଦୂରତା କାରଣରୁ ବହୁ ଅସୁବିଧା ହେବାକୁ ପଡୁଛି । ତେଣୁ ସେମାନେ ୪ କିମି ଦୂର  ଖାଲଖମା ଭରା ପାଦଚଲା ମାଟି ରାସ୍ତା ଦେଇ ବିପଦ ସଂକୁଳ ଭାବେ ଡୋଲିଆ ନାଳ ପାର ହୋଇ  ଡୋଲିଆ ଛକକୁ ଯାଇଥାନ୍ତି । ସେଠାରୁ ସେମାନେ ବସ ଯୋଗେ ବିଭିନ୍ନ ଜାଗାକୁ ଯାତାୟାତ କରିଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ତେବେ ଏହି ରାସ୍ତା କେବେ ନିମ୍ମାଣ ହେବ ତାହା ଦେଖିବାକୁ ବାକି ରହିଲା।

ସୈାମେନ୍ଦ୍ର କୁମାର ସାହୁ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *