ଘରୋଇ ଶିକ୍ଷାନୁଷ୍ଠାନରେ ଲଜ୍ଜା

Spread the love

() କେନ୍ଦୁଝର ରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଘଟିଛି ଏକ ଅତି ଲଜ୍ଜାଜନକ ଘଟଣା। ଶିକ୍ଷାନୁଷ୍ଠାନର ହଷ୍ଟେଲରେ ଜଣେ ଛ ବର୍ଷର ନାବାଳିକା ଛାତ୍ରୀଙ୍କୁ ସେହି ହଷ୍ଟେଲର ରୋଷେୟା ଅତି ଆମାନୁଷିକ ଭାବରେ ଦୁଇ ଦୁଇ ଥର କରିଛି  ଦୁଷ୍କର୍ମ । ସେପଟେ ଛାତ୍ରୀ ଟିକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତି ନିର୍ମମ ଭାବରେ ଅତ୍ୟାଚାର କରାଯିବା ସହ ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଜିଲ୍ଲାପାଳ ଓ  ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି…।

ଶିକ୍ଷାନୁଷ୍ଠାନ ନା ଆଉ କଣ  ? କାହକୁ କୁହାଯିବ ଶିକ୍ଷାନୁଷ୍ଠାନ  ? ଯଦି ଛାତ୍ରଛାତ୍ରୀ ବିଦ୍ୟାଳୟରେ ବି ଅସୁରକ୍ଷିତ ତେବେ କେଉଁଠି ସୁରକ୍ଷିତ  । ଏମିତି ଏକ ଲଜ୍ୟାଜନକ ଘଟଣା ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ଭଗାମୁଣ୍ଡା ନିକଟରେ ଥିବା ଏକ ଘରୋଇ ଆବାସିକ ବିଦ୍ୟାଳୟରୁ ।  ୬ ବର୍ଷର କୋମଳମତି ଶିଶୁକୁ ସେହି ବିଦ୍ୟାଳୟର ରୋଷେୟା ଦୁର୍ଷ୍କର୍ମ କରିବାର ସାଂଘାତିକ ଅଭିଯୋଗ ଆସିଛି  । 

ପୂର୍ବରୁ ଜଣେ ୧୫ ବର୍ଷର ଆଦିବାସୀ ନାବାଳିକା ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନ ଜନ୍ମ କରିବା ଭଳି ଲଜ୍ଜାଜନକ ଘଟିଣା ଲୋକଙ୍କ ମନରୁ ନ ଲିଭୂଣୁ ଏବେ ପୁଣି ସମାନ ଘଟଣା  ।  ଛାତ୍ରୀ ଜଣକ ଶିକ୍ଷୟତ୍ରୀ ଅବଗତ କରାଇଥିଲେ କାହିଁକି ଶିକ୍ଷୟିତ୍ରୀ ଚୁପ୍ ରହିବାକୁ ଚାପ ପକାଉଥିଲେ ? ଏନେଇ ପରିବାର ପକ୍ଷରୁ ଦୁଷ୍କର୍ମ ଘଟଣାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଅନ୍ୟମାନଙ୍କୁ ଦାୟୀ କରି ପରିବାର ଲୋକେ ଏସ୍ପି ଓ ଜିଲ୍ଲାପାଳଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ।

ଘଟଣା ଟି କାହାରି ଆଗରେ ପ୍ରକାଶ ନ କରିବାକୁ ଛାତ୍ରୀ ଟିକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତି ନିର୍ମମ ଭାବରେ ଅତ୍ୟାଚାର କରାଯିବା ସହ ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବା ର ଧମକ ମଧ୍ୟ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଜିଲ୍ଲାପାଳ ଓ  ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି  ପରିବାର ଲୋକେ ।ସେପଟେ କେନ୍ଦୁଝର ଏସପିଙ୍କ ର କହିବା କଥା ଏହି  କେଶ ଟି କୁ ଗୁରୁତର ସହ ନିଆ ଯାଇଛି ଓ ଦୁଇ ଜଣ ଙ୍କୁ ଗିରଫ ମଧ୍ୟ କରାଯାଇଛି ଓ ତଦନ୍ତ ଜାରି ରହିଛି ।

ତେବେ ଦେଖିବାକୁ ବାକି ରହିଲା କେବେ ଏହି ମଣଇଷ ରୂପି ରାକ୍ଷାସଙ୍କ ବିରୁଦ୍ଧରେ ଆକ୍ସନ ନେଉଛି ପୋଲିସ..  । 

ପାର୍ଥ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *