ଟିଟିଲାଗଡ: ବଜ୍ରାଘାତରେ ଚାଲିଗଲା ୩ ଜୀବନ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଏମିତି ଏକ ଅଘଟଣ ଘଟି ଯାଇଛି। ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଜଡ଼ାମୁଣ୍ଡା ଗାଁର ପ୍ରଶାନ୍ତ ତାଣ୍ଡି, ଚନ୍ଦନ ଝାଙ୍କର ଓ କାହ୍ନୁ ମୁଣ୍ଡା।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗାଁର ପ୍ରଶାନ୍ତ ତାଣ୍ଡି, ଚନ୍ଦନ ଝାଙ୍କର ଓ କାହ୍ନୁ ମୁଣ୍ଡା ଗାଁ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବର୍ଷା ଓ ଘଡଘଡି ହୋଇଥିଲା। ବର୍ଷା ହେବାରୁ ତିନିଜଣ ଜାକ ଏକ ଗଛ ତଳେ ଆଶ୍ରୟ ନେଇଥିଲେ ।
କିନ୍ତୁ ହଠାତ୍ ସେହି ସ୍ଥାନରେ ହିଁ ଏକ ବଜ୍ରପାତ ହୋଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଲୋଇସିଂହା ପ୍ରାଥମିକ ଚିକିତ୍ସାଳୟ ନେଇଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ତିନି ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଥିବା ସୂଚନା ରହିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଲୋଇସିଙ୍ଘା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ବଲାଙ୍ଗୀର ମେଡିକାଲ ପହଁଚି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now