ପଞ୍ଚମ ରାଜ୍ୟସ୍ତରୀୟ ଜୁନିୟର ବକ୍ସିଂ ପ୍ରତିଯୋଗିତା ଆରମ୍ଭ

Spread the love

ପୁରୀ: ପୁରୀରେ ପଞ୍ଚମ ରାଜ୍ୟସ୍ତରୀୟ ଜୁନିୟର ବକ୍ସିଂ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ବକ୍ସିଂ ସଂଘ, ପୁରୀ କ୍ରୀଡା ସଂସଦ ଏବଂ ହିଞ୍ଜଳ ଜାଗାର ମିଳିତ ଆନୁକୂଲ୍ୟରେ ବାଲି ସାହି ସ୍ଥିତ ହିଞ୍ଜଳ ଜାଗାରେ ଆରମ୍ଭ ହୋଇଛି ଏହି ପ୍ରତିଯୋଗିତା। ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୧୫ ଟି ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ବ ଖେଳାଳି ବିଭିନ୍ନ ଓଜନ ବର୍ଗରେ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ପ୍ରାରମ୍ଭରେ ପୁରୀର‌ ପାରମ୍ପରିକ ସମରକଳା ଥିଲା ମୁଖ୍ୟ ଆକର୍ଷଣ।

ପଞ୍ଚମ ରାଜ୍ୟସ୍ତରୀୟ ଜୁନିୟର ବକ୍ସିଂ ପ୍ରତିଯୋଗିତା ପୁରୀ ବାଲି ସାହି ସ୍ଥିତ ହିଞ୍ଜଳ ଜାଗାରେ ଆରମ୍ଭ ହୋଇଯାଇଛି। ରାଜ୍ୟର ୧୫ ଜିଲ୍ଲାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ତେବେ  ଉଦଘାଟନ ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ହିଞ୍ଜଳ ଜାଗାର ସମ୍ପାଦକ ଜିତେନ୍ଦ୍ର ମୁଦୁଲି, ରାଜ୍ୟ ବକ୍ସିଂ ସଂଘ ସମ୍ପାଦକଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଛନ୍ତି। ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ କ୍ରୀଡାବିତଙ୍କ ପାଇଁ ବେଶ ସହାୟକ।

୨ଦିନିଆ ଜୁନିୟର ବକ୍ସିଂ ପ୍ରତିଯୋଗିତା ପୁରୀରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ଯେଉଁ ଖେଳାଳି ମାନେ କୃତକାର୍ଯ୍ୟ ହେବେ ସେମାନେ ଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ପୁରୀ କ୍ରିଡ଼ା ସଂସଦ ସମ୍ପାଦକ କହିଛନ୍ତି। ତେବେ ପ୍ରତିଯୋଗିତା ପ୍ରାରମ୍ଭରେ ପୁରୀର ପାରମ୍ପରିକ ସମରକଳା ମୁଖ୍ୟ ଆକର୍ଷଣ ଥିଲା।

ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଆଜି ହେଉଛି ଉଦଘାଟନୀ ଦିବସ। ତେବେ ଯେଉଁ ଖେଳାଳି ମାନେ ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *