ଯାଜପୁର: କଲାପଟାରେ ଲେଖାହେଉଛି ପ୍ରଶ୍ନ । ଆଉ ତାକୁ ଦେଖି ପିଲା ଦେଉଛନ୍ତି ପରୀକ୍ଷା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର କେତେକ ସ୍କୁଲରେ । କଲାପଟାରେ ପ୍ରଶ୍ନ ଲେଖାଯିବା କାରଣରୁ ପଛ ଧାଡିର ପିଲା ପରୀକ୍ଷା ଦେବା ପାଇଁ ବହୁ ଅସୁବିଧାର ସମୁଖୀନ୍ନ ହେଉଛନ୍ତି ।
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରୁ ଆସୁଛି ଶିକ୍ଷାର ଏପରି ବିକଳ ଚିତ୍ର । ବ୍ଲକର କେତେକ ସ୍କୁଲରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଆସିନଥିବାରୁ ଶିକ୍ଷକ ପ୍ରଶ୍ନକୁ କଳାପଟାରେ ଲେଖୁଛନ୍ତି। ଆଉ କଳାପଟାରୁ ଦେଖି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବିଂଝାରପୁର ବ୍ଲକର ଅଧିକାଂଶ ପଂଚାୟତରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। କେତେକ ବିଦ୍ୟାଳୟରେ ହାତ ଲେଖା ପ୍ରଶ୍ନପତ୍ର ମଧ୍ୟ ଦିଆଯାଉଛି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାକୁ ହାଲୁକା ଭାବେ ନେଇ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ଖେଳୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ସେପଟେ ଏନେଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।
ତେବେ ଏଠି ୫-ଟି ଯୋଜନା କେତେ ସଫଳ ରୂପାୟନ ହୋଇଛି ତାହା ଏଥିରୁ ସହଜରେ ଅନୁମେୟ।
ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now