ବିଦ୍ୟାକନକ ସୃଜନାନୁଷ୍ଠାନର ପଂଚମ ଜାତୀୟ ନାଟ୍ୟ ମହୋତ୍ସବ ମଇ ୨୧ରୁ

Spread the love

ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠିତ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ବିଦ୍ୟା କନକ ସୃଜନାନୁଷ୍ଠାନ’ ଗତ ବର୍ଷ ପରି ଏବର୍ଷ   ମଧ୍ୟ ଜାତୀୟ ନାଟ୍ୟ ମହୋତ୍ସବ ୨୦୨୩ ଆୟୋଜନ କରିବାକୁ ଯାଉଛି ।  ପଂଚମ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୩ ଆଗାମୀ ମଇ ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ରମଣ୍ଡପ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଓଡ଼ିଶାର ଗୋଟିଏ ନାଟ୍ୟଦଳ ସହ ଭାରତର ବିଭିନ୍ନ ପ୍ରଦେଶରୁ ୪ଟି ନାଟ୍ୟଦଳ ବିଭିନ୍ନ ଭାରତୀୟ ଭାଷାରେ ସେମାନଙ୍କର ନାଟକ ପରିବେଷଣ କରିବେ ।

ପାଂଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ୨୧ ତାରିଖ ପ୍ରଥମ ସନ୍ଧ୍ୟାରେ ‘ବିଦ୍ୟାକନକ ସୃଜନାନୁଷ୍ଠାନ’ ନାଟ୍ୟକାର ଦିଲ୍ଲୀପ ବଳବନ୍ତରାୟଙ୍କର ରଚିତ ଓ ଜଗଦିଶ୍ ପ୍ରସାଦ ମହାରଣାଙ୍କ ନିର୍ଦ୍ଦେଶିତ ନାଟକ “ଏଇ ବୋଧେ ପ୍ରେମ” (ଓଡ଼ିଆ) ପ୍ରଦର୍ଶନ କରିବାକୁ ଯାଉଅଛି । ମଇ ୨୨ ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ‘ସମାଗମ ରଙ୍ଗମଣ୍ଡଳ’, ଜବଲପୁର, ଆଶୀଷ ପାଠକଙ୍କ କାହାଣୀ ଓ ସ୍ୱାତୀ ଦୁବେଙ୍କ ନିର୍ଦ୍ଦେଶିତ ନାଟକ “ଭୂମି” (ହିନ୍ଦୀ) ପରିବେଷଣ କରିବେ ।  ମଇ ୨୩ ତାରିଖ ତୃତୀୟ ସନ୍ଧ୍ୟାରେ ‘ସିଗଲ୍ ଥିଏଟର’, ଗୌହାଟି ଆେ ।ନି ଚେକୋଭଙ୍କ କାହାଣୀ ଓ ବାହାରୁଲ୍ ଇସ୍‌ଲାମ୍‌ଙ୍କ ନିର୍ଦ୍ଦେଶନାରେ ନାଟକ “ଏ ବୋରିଂ ଷ୍ଟୋରୀ” (ହିନ୍ଦୀ) ପରିବେଷଣ କରିବେ । ମଇ ୨୪ ତାରିଖ ଚତୁର୍ଥ ସନ୍ଧ୍ୟାରେ ‘ନିର୍ମାଣ କଳାମଂଚ’, ପାଟନା, ସରଦ ଯୋଶୀଙ୍କ ଲିଖିତ ତଥା ସଂଜୟ ଉପାଧ୍ୟାୟଙ୍କର ନିର୍ଦ୍ଦେଶନାରେ ନାଟକ “ଅନ୍ଧୋ କା ହାତୀ” (ହିନ୍ଦୀ) ପରିବେଷଣ କରିବେ ଓ ମଇ ୨୫ ତାରିଖ ଶେଷ ସନ୍ଧ୍ୟାରେ ‘ନହଲି’, କୋଲକାତା ଉପେନ୍ଦ୍ର କିଶୋର ରାୟଚୌଧୁରୀଙ୍କ କାହାଣୀ ଓ ଶୈବାଳ ଦାସଙ୍କ ନିର୍ଦ୍ଦେଶନାରେ ନାଟକ ‘କୁଞ୍ଜ ଔର ଭୁତ’ (ବଙ୍ଗଳା) ପରିବେଷଣ କରିବେ । 

ବିଦ୍ୟାକନକ ସୃଜନାନୁଷ୍ଠାନ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ପଂଚମ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୩କୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ସଫଳ କରିବା ପାଇଁ ପ୍ରେସ୍ ଓ ମିଡ଼ିଆ ବନ୍ଧୁମାନଙ୍କୁ ‘ବିଦ୍ୟାକନକ ସୃଜନାନୁଷ୍ଠାନ’ ଭୁବନେଶ୍ୱରର ସଭାପତି ଇଂ.ସୁଧାକର ପତ୍ରୀ ଏବଂ ସମ୍ପାଦକ ଶୁଭକାନ୍ତ ପାଢୀ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *