Sundargarhଓଡ଼ିଶାଦୁର୍ଘଟଣା

ଅଜଣା ଗାଡି ଧକ୍କାରେ 6 ଆହାତ

ରାଉଲକେଲା: ଭ୍ୟାନକୁ ଧକ୍କା ଦେଲା ଅଡଣା ଗାଡି । ଦୁର୍ଘଟଣାରେ 6 କର୍ମଚାରୀ ଆହତ । ଏପରି ଘଟଣା ଦେଖିବାକୁ ମିଳିଛି ରାଉଲକେଲା ର ଆଇଟିଆର ବାଇପାସ୍ ରାସ୍ତାରେ । ଆହତ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉଲକେଲାକୁ ପଠେଇଥିବାବେଳେ ଅନ୍ୟ ତିନି ଜଣଙ୍କୁ କୋଇଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ଆହାତ ମାନଙ୍କର ପରିଚୟ ଅସ୍ପଷ୍ଟ ରହିଛି ।

ବୁଧବାର ସକାଳ ସମୟରେ 7ଜଣ କର୍ମଚାରୀ ଭ୍ୟାନ ଯୋଗେ କମ୍ପାନୀକୁ କାମ କରିବାକୁ ଯାଉଥିଲେ । କିନ୍ତୁ  ଆଇଟିଆର ଛକ ପାଖରେ ଅଜଣା ଗାଡିର ଧକ୍କାରେ ସେମନେଙ୍କ ଭ୍ୟାନଟି ଓଲଟି ଯାଇଥିଲା । ଦୁର୍ଘଟଣାରେ 6 ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କର କିଛି ହୋଇନଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହାତ କର୍ମଚାରୀ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଏ ବିଷୟରେ ପୋଲିସ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.

Back to top button