ଓଡ଼ିଶା

ସ୍କୁଲ ପାଚେରି ଭୁଶୁଡି ୭ ଗୃହପାଳିତ ପଶୁଙ୍କ ମୃତ୍ୟୁ

ବାଙ୍କି: ବାଙ୍କିର ବୈଦେଶ୍ବର ହାଇସ୍କୁଲର ପାଚେରି ଭୁଶୁଡିବାରୁ ୭ ଗୃହପାଳିତ ପଶୁଙ୍କ ମୃତ୍ୟୁ। ପାଚେରି ଭୁଶୁଡି ପଡିବାରୁ ୪ ଗାଈ ଓ ୩ ମେଣ୍ଢାଙ୍କ ମୃତ୍ୟୁ ନେଇ ସୂଚନା। ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ହୋଇଛି। ।

ବାଙ୍କିର ବୈଦେଶ୍ବର ହାଇସ୍କୁଲ ନିକଟରେ କିଛି ଗୃହପାଳିତ ପଶୁ ଚରିବାକୁ ଯାଇଥିଲେ। ବର୍ଷା ହେବାରୁ ଗୋଚାଳକ ସେମାନଙ୍କୁ  ଘରକୁ ବାହୁଡି ଆଣୁଥିବା ବେଳେ ସ୍କୁଲ ନିକଟରେ ହେବା ବେଳେ ଜୋରରେ ବର୍ଷା ହୋଇଥିଲା। ତେଣୁ ସ୍କୁଲ ପଚେରି ନିକଟରେ ପଶୁମାନେ ଠିଆହୋଇଥିବା ବେଳେ ପାଚେରି ଭୁଶୁଡି ପଡିଥିଲା।  ୪ ଗାଈ ଓ ୩ ଗୋଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି।

ସେପଟେ ନିଜ ଗୃହପାଳିତ ପଶୁଙ୍କୁ ହରାଇଥିବା ପରିବାର କ୍ଷତିପୂରଣ ଦାବି କରିଛନ୍ତି। ନିମ୍ନମାନର କାମ ପାଇଁ ପାଚେରି ଭୁଶୁଡିଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ଜୋର ଧରିଛି।

Leave a Reply

Your email address will not be published.

Back to top button