ଅବସର ପରେ ଯବାନଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା

କାମାକ୍ଷାନଗର : ଭାରତୀୟ ସେନାଙ୍କୁ ନିଜ ଗାଁ ରେ ଅବସର କାଳୀନ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ। ନାଚ ଗୀତ ସାଙ୍ଗକୁ ଗାଁରେ ବୁଲିଲା ବିଶାଳ ଶୋଭାଯାତ୍ରା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ନାଚ ଗୀତ ସାଙ୍ଗକୁ ବାଜାର ତାଳେ ତାଳେ ଜାତୀୟ ପତାକା ଧରି ଗାଁ ଦାଣ୍ଡରେ ଚାଲିଛି ବିଶାଳ ଶୋଭାଯାତ୍ରା । ଭାରତୀୟ ସେନାରୁ ଅବସରର ନେଇ ଗାଁ କୁ ଫେରିଥିବା ଜଣେ ଯବାନ ଙ୍କୁ ଗ୍ରାମବାସୀଙ୍କ ତରଫରୁ ଅବସର କାଳୀନ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେବାର ଦୃଶ୍ୟ ଥିଲା ଖୁବ ମନମୁଗ୍ଧକର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ସୁଶାନ୍ତ ଦେହୁରୀ ୨୦୦୨ମସିହା ଜାନୁୟାରୀ ୨୦ରେ ଭାରତୀୟ ସେନା ରେ ଯୋଗ ଦେଇଥିବା ବେଳେ, ୩୧ଜାନୁୟାରୀ ୨୦୨୩ରେ ଅବସର ନେଇଛନ୍ତି ।
ଦୀର୍ଘ ୨୨ବର୍ଷ ଭାରତ ମାତାର ସେବା କରି ଫେରିଥିବା ବେଳେ, ଏବେ ସେ ଗାଁରେ ଏକ ମାଗଣା ସେନା ପ୍ରଶିକ୍ଷଣ କେନ୍ଦ୍ର ଖୋଲି ଗାଁରୁ ସେନା ଗଢିବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି। |ସେପଟେ ଭାରତୀୟ ସେନାରେ ସଠିକ ଭାବେ ନିଜ ଦାୟିତ୍ୱ ସମାପନ କରି ଫେରିଥିବ ବନ୍ଧୁଙ୍କୁ ପାଇ ସେ ଆଜି ବେଶ ଗର୍ବିତ ବୋଲି କହିଛନ୍ତି ସାଙ୍ଗସାଥି |
ତେବେ ଜଣେ ଭରାତୟୀ ସେନାଙ୍କୁ ନିଜ ଗାଁରେ ଏହିଭଳି ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା, ଗାଁରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିଛି। ସୌମେନ୍ଦ୍ର ସାହୁଙ୍କ ରି