ହସ୍ତଶିଳ୍ପ କାର୍ଯ୍ୟରେ ରୋଜଗାରକ୍ଷମ ଅକ୍ଷୟ

Spread the love

କଟକ: ହସ୍ତ ଶିଳ୍ପ କାମ କରି ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ସହାୟକ ହୋଇ ଚର୍ଚ୍ଚାରେ କଟକ ଜିଲ୍ଲା ସାଲେପୁର ବ୍ଲକର ଅକ୍ଷୟ ସେଠୀ। ହସ୍ତଶିଳ୍ପରେ ପେନ ଷ୍ଟାଣ୍ଡ , ମୟୁର ପୁଚ୍ଛ ରେ ତିଆରି ରଥ , ସଵାରୀ , ସିଂହାସନ ଏମିତି ଭଳି କି ଭଳି ଘର ସଜ୍ଜା ସାମଗ୍ରୀ ତିଆରି ସେତେବେଳେ ଆକର୍ଷଣୀୟ ହୁଏ ଯେତେବେଳେ ସାଲେପୁର ବ୍ଲକ ନଇଗୁଆଁ ଗ୍ରାମ ର  ଅକ୍ଷୟ ସେଠି ଙ୍କର ହାତ ସ୍ପର୍ଶ କରିଥାଏ।

ପିଲାଟି ଦିନରୁ ବିଭିନ୍ନ ଅଦରକାରୀ ସାମଗ୍ରୀଗୁଡିକୁ ନେଇ ଗୃହ ସଜାଇବାର ଇଛା ଶକ୍ତି ଏବେ ନୂଆ ପରିଚୟ ଦେଇଛନ୍ତି ଶିଳ୍ପୀ ଅକ୍ଷୟ ସେଠୀଙ୍କୁ। ଖାଲି ସେତିକି ନୁହେଁ ନିଜେ ଏହି ହସ୍ତ ଶିଳ୍ପ ଜରିଆରେ ଆର୍ଥିକ ସ୍ୱଚ୍ଛଳ ହେବା ସହିତ ନିଜର ପଡୋଶୀଙ୍କୁ ରୋଜଗାରର ନୂଆ ବାଟ କଢାଇ ନେଇଛନ୍ତି ଅକ୍ଷୟ। ବାଲି ଯାତ୍ରାରେ ନିଜର ହାତ ତିଆରି ହସ୍ତ ଶିଳ୍ପକୁ ବିକ୍ରି କରିବା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତି ହେଉଛନ୍ତି ଅକ୍ଷୟ ।

ଅକ୍ଷୟଙ୍କ ପାଖରେ ହସ୍ତଶିଳ୍ପ କୌଶଳ ଶିଖିବା ସହ ବେଶ୍ ଦୁଇ ପଇସା ରୋଜଗାର କରିବାକୁ ସମର୍ଥ ହୋଇଛନ୍ତି ଅନେକ ନୂଆ ନୂଆ ଶିଳ୍ପୀ। ଅନେକଙ୍କୁ ରୋଜଗାରକ୍ଷମ କରାଇବାରେ ସାମର୍ଥ୍ୟ ପ୍ରଦାନ କରିଛନ୍ତି ଅକ୍ଷୟ।

ଅକ୍ଷୟଙ୍କ ହସ୍ତ ଶିଳ୍ପ ପ୍ରତିଷ୍ଠାନରେ ତିଆରି ହେଉଥିବା ସାମଗ୍ରୀ ଗୁଡିକର ଦାମ ରହିଛି ୭୦ ଟଙ୍କାରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ। ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ ହେଉଥିବା ମହୋତ୍ସବ ଓ ମେଳା ରେ ଘର କୁ ସୌନ୍ଦର୍ଯ୍ୟକରଣ କରୁଥିବା ଅକ୍ଷୟ ସେଠୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ମାନ ଦେଖିବାକୁ ମିଳେ। ଏବେ କରୋନା କଟକଣା ର ଦୁଇ ବର୍ଷ ପରେ କଟକ ରେ ବାଲି ଯାତ୍ରା ଆରମ୍ଭ ହୋଇଛି। ତେବେ ବାଲି ଯାତ୍ରାରେ ବେଶ୍ ଦି ପଇସା ଲାଭ ମିଳିବ ବୋଲି ଆଶାବାଦୀ ଅକ୍ଷୟ ସେଠୀ ।

Leave a Reply

Your email address will not be published. Required fields are marked *