ଦୀପାବଳି ପାଇଁ ଲୋକେ ସଜବାଜ

Spread the love

ବ୍ରହ୍ମପୁର: ଆଉ ମାତ୍ର ଦିନ କେଇଟା ପରେ ଦୀପାବଳି । ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ଦୀପାବଳି ନିରାଡ଼ମ୍ବର ଭାବେ ପାଳନ କରିଥିଲେ ଲୋକେ । କିନ୍ତୁ ଚଳିତ ବର୍ଷ ସମସ୍ତ ପ୍ରକାରର କଟକଣା ହଟିଯାଇଛି । ସୂର୍ଯ୍ୟପରାଗରେ ଦୀପାବଳି ପଡୁଥିଲେ ମଧ୍ୟ ଏହାକୁ ଆଡମ୍ୱର ସହିତ ପାଳନ କରିବାକୁ ଲୋକେ ଯୋଜନା ଆରମ୍ଭ କରିସାରିଲେଣି । ପୂର୍ବରୁ ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ବାଲୁଙ୍କେଶ୍ବର ବାଣ ବଜାର ବର୍ତ୍ତମାନ ସହରରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଥିବା ଡ଼େଙ୍ଗାପଦର ଗାଁ ନିକଟରେ ବାଣବଜାର ଖୋଲାଯାଇଛି । ସହରଠାରୁ ଦୂରରେ ରହିଥିଲେ ସୁଦ୍ଧା ଲୋକେ ଡ଼େଙ୍ଗାପଦରକୁ ଯାଇ ବାଣ କିଣୁଥିବା ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ସମସ୍ତ ପ୍ରକାରର ବାଣର ଦର ବୃଦ୍ଧି ପାଇଛି । ତଥାପି ମଧ୍ୟ ଦୁଇ ବର୍ଷ ହେଲା କୋରୋନା ଯୋଗୁଁ ବ୍ୟବସାୟ ହେଉନଥିବା ବେଳେ ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଆସୁଛି ଆଲୋକର ପର୍ବ ଦୀପାବଳି । ୨ବର୍ଷ ପରେ ହେବ କରୋନା ଯୋଗୁଁ ଉତ୍ସବର ମାହୋଲ ଫିକା ପଡିଥିବା ବେଳେ ଚଳିତ ବର୍ଷ ଆଡମ୍ୱର ସହିତ ପାଳନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବ୍ରହ୍ମପୁର ସହରରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଥିବା ଡ଼େଙ୍ଗାପଦର ଗାଁ ନିକଟରେ ଖୋଲିଛି ବାଲୁଙ୍କେଶ୍ୱର ବାଣ ବଜାର। ଏହି ବାଣ ବଜାରରେ ରହିଛି ମୋଟ ୧୦ଟି ବାଣ ଦୋକାନ ଓ କିଛି ଗୋଦାମ ଗୃହ । ଚଳିତ ବର୍ଷ ସହର ବାହାରେ ବାଣ ବଜାର ଖୋଲାଯାଇଥିବା ବେଳେ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ମିଳିଛି । ଏହି ବାଣ ବଜାରକୁ କୋଲକାତା, ଶିବକାଶୀ, ଗୁଜୁରାଟ ଭଳି ବିଭିନ୍ନ ସ୍ଥାନରୁ ବାଣ ଆସୁଛି । ବାଣ ଆସିବା ପରେ ଏହାକୁ ହୋଲସେଲ ଦରରେ ବିକ୍ରି କରାଯାଉଛି । କେବଳ ବ୍ରହ୍ମପୁର ଓ ଏହାର ଆଖପାଖ ନୁହେଁ ବରଂ ଜିଲ୍ଳା ବାହାରୁ ମଧ୍ୟ ଲୋକେ ଆସି ଏଠାରୁ ବାଣ ନେଇଥାନ୍ତି । ଚଳିତ ବର୍ଷ ଦର ସାମାନ୍ୟତମ ବୃଦ୍ଧି ପାଇଥିଲେ ସୁଦ୍ଧା ଲୋକଙ୍କୁ ସୁହାଇଲା ଭଳି ଦରରେ ବାଣ ବିକ୍ରି କରାଯାଉଥିବା ନେଇ ସୂଚନା ଦେଇଛନ୍ତି ବାଣ ବ୍ୟବସାୟୀ ।

ଗତ ଦୁଇ ବର୍ଷ ହେଲା କଟକଣା ମଧ୍ୟରେ ଦୀପାବଳୀ ପାଳନ କରାଯାଉଥିଲା । କେବଳ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବା ଯୋଗୁଁ ଦୀପାବଳୀକୁ ବେଶ ଆଡ଼ମ୍ବର ସହକାରେ ପାଳନ କରିବାକୁ ଲୋକମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  । ସହରଠୁ ଦୂରରେ ବାଣ ବଜାର ହୋଇଥିଲେ ମଧ୍ୟ ବାଣ ବଜାରରେ ଭିଡ ଦେଖିବାକୁ ମିଳିଛି ।

ଚଳିତ ବର୍ଷ ସୂର୍ଯ୍ୟପରାଗ ଓ ଦୀପାବଳି ଗୋଟିଏ ଦିନରେ ପଡୁଥିଲେ ମଧ୍ୟ ବାଣ ବିକ୍ରି ଜାରଦାର ଚାଲିଛି । ସହରରୁ ଦୂରରେ ବାଣ ବଜାର ଖୋଲାଯାଇଥିବା ବେଳେ ପ୍ରତି ଦୋକାନ ମଧ୍ୟରେ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଦୂରତା ରଖାଯିବା ସହିତ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରଖିଛନ୍ତି ବ୍ୟବସାୟୀ ।

 ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *