
ଯାଜପୁର: ଯାଜପୁର ମଙ୍ଗଳପୁର ଥାନା ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅମ୍ରିତାଙ୍କ ମୃତ୍ୟୁ ଘଟଣା । ଆସିଲା ମୃତ ଛାତ୍ରୀଙ୍କ ଶବ ବ୍ୟବଛେଦ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଯାଜପୁର ମଙ୍ଗଳପୁର ଥାନା ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅମ୍ରିତାଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା। ରିପୋର୍ଟରେ ଦର୍ଶାଯାଇଛି କି, ତାଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। କିନ୍ତୁ ଏହି ରିପୋର୍ଟକୁ ଗ୍ରହଣ କରିପାରୁ ନାହାନ୍ତି ଅମ୍ରିତାଙ୍କ ପରିବାରବର୍ଗ।
ଝିଅଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ବିଂଝାରପୁର ବରୀକୁଳ ଗାଁର ଅମୂଲ୍ୟ ଦାସଙ୍କ ବଡ଼ ଝିଅ ଅମ୍ରିତା ଦାସ ଗତ ୩ ତାରିଖ ଦିନ ଟ୍ୟୁସନ ଯାଇଥିଲେ। ଆଉ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ନନ୍ଦୀପୁର ନିକଟସ୍ଥ ରାସ୍ତା କଡ଼ ପୋଖରୀରୁ ମିଳିଥିଲା ଅମ୍ରିତାଙ୍କ ମୃତଦେହ । ଯାହାକୁ ନେଇ ମଙ୍ଗଳପୁର ଥାନାରେ ଅମ୍ରିତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।